ଦରଦାମ୍ ବୃଦ୍ଧି ପ୍ରତିବାଦରେ ବିଜେଡିର ବିଶାଳ ବାଇକ ରାଲି

0
607
ଦରଦାମ୍ ବୃଦ୍ଧି ପ୍ରତିବାଦରେ ବିଜେଡିର ବିଶାଳ ବାଇକ ରାଲି
ଦରଦାମ୍ ବୃଦ୍ଧି ପ୍ରତିବାଦରେ ବିଜେଡିର ବିଶାଳ ବାଇକ ରାଲି

ଭୁବନେଶ୍ୱର: ହୁ ହୁ ହୋଇ ବଢିଚାଲିଛି ତୈଳ ଓ ଗ୍ୟାସ ଦର। ତୈଳ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରଣହୁଙ୍କାର ଦେଇଛି ବିଜେଡି। ଦରବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ କରଯାଇଛି ବିଶାଳ ବାଇକ ଶୋଭାଯାତ୍ରା । ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟଠାରୁ କେଶରୀ ହଲ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ଏହି ବାଇକ ଶୋଭାଯାତ୍ରା କରାଯାଇଛି। କେବଳ ଏତିକି ନୁହେଁ ଦରବୃଦ୍ଧି ସହିତ ବେକାରୀ ପ୍ରସଙ୍ଗରେ କେନ୍ଦ୍ରକୁ ଘେରିଛି ବିଜେଡି।

BJD

ଏହି ଶୋଭାଯାତ୍ରାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ଛାତ୍ର ଓ ଯୁବବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ, ଛାତ୍ର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ସାମିଲ ହୋଇଛନ୍ତି। ଅପରପକ୍ଷେ ବିଜେଡିର ମହା ସମାବେଶ ଆୟୋଜନ କରାୟାଇଛି। ଏଥିରେ ଯାଜପୁର ନିର୍ବାଚନ ମଣ୍ଡଳୀରୁ ଶହ ଶହ ଛାତ୍ର ଯୁବକ ଓ ମହିଳା ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଖାଉଟି ମାରଣ ନୀତିର ସମାଲୋଚନା କରିଛନ୍ତି । ଯାଜପୁର ବିରଜା ମାଟିର ଏହି ସ୍ୱର ଦିଲ୍ଲୀ ଦରବାରରେ ପହଂଚିବା ପର୍ଯ୍ୟନ୍ତ ଏପରି ପ୍ରତିବାଦ ଜାରି ରହିବ ବୋଲି କହିଛନ୍ତି ଯୁବ ଓ ଛାତ୍ର ବିଜେଡି କର୍ମୀ।

 

Also Read  ଭୁବନେଶ୍ୱର ଓ ବ୍ରହ୍ମପୁରର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ : କଟକର ମେୟର ପଦବୀ ଅଣସଂରକ୍ଷିତ