ଦରଦାମ ବୃଦ୍ଧି ମୁଖ୍ୟ ଅସ୍ତ୍ର କରିବ ବିଜେଡି

0
470
ଦରଦାମ ବୃଦ୍ଧି ମୁଖ୍ୟ ଅସ୍ତ୍ର କରିବ ବିଜେଡି
ଦରଦାମ ବୃଦ୍ଧି ମୁଖ୍ୟ ଅସ୍ତ୍ର କରିବ ବିଜେଡି

ଭୁବନେଶ୍ୱର(ସବ୍ୟୁ):ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆଜି(ବୁଧବାର) ଠାରୁ ଅ ।ରମ୍ଭ ହେବ । ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଘେରିବାକୁ ବିରୋଧୀ ବିଜେପି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିସାରିଛି । ଏହାକୁ ପ୍ରତିହତ କରିବା ପାଇଁ ଶାସକ ବିଜୁ ଜନତା ଦଳ (ବିଜେଡି) ଦରଦାମ ବୃଦ୍ଧି ଓ କେନ୍ଦ୍ରୀୟ ଅବହେଳାକୁ ମୁଖ୍ୟ ଅସ୍ତ୍ର କରିବ । ଏନେଇ ବିଧାୟକ ଦଳର ବୈଠକ ପରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ।

ବିଜେଡି ବିଧାୟକ ଦଳ ବୈଠକରେ ଶୀତକାଳୀନ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ଗୃହରେ ଏଲପିଜି, ପେଟ୍ରୋଲ, ଡିଜେଲ ମୂଲ୍ୟ ସମେତ ଦରଦାମ୍ ବୃଦ୍ଧି ପ୍ରସଙ୍ଗ ଉଠାଇବ । କୋଇଲା ରୟାଲ୍ଟି ଓ ଏମ୍‌ଏସପି ପ୍ରସଙ୍ଗ ମଧ୍ୟ ଉଠିବ । ରାଜ୍ୟରେ ଧାନର କ୍ୱି ।ଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି ପାଇଁ ସ୍ୱାମୀନାଥନ କମିଟି ସୁପାରିସ୍ କରିଥିଲେ । ହେଲେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ତାହା ଲାଗୁ କରିବ ତ ଦୂରର କଥା ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ବି ଦେଉନାହାନ୍ତି । ଫଳରେ ଚାଷୀ କ୍ଷତିରେ ଧାନ ବିକ୍ରି କରୁଥିବା ଅଭିଯୋଗ ହେଉଛି । ତେଣୁ ସ୍ୱାମୀନାଥନ କମିଟି ସୁପାରିସ୍ କାର୍ଯ୍ୟକାରୀ କରିବା ପାଇଁ ବିଜେଡି ଦାବି କରିଅ।ସୁଛି ।

ବିଶ୍ୱର କୌଣସି ଦେଶରେ ରନ୍ଧନ ଗ୍ୟାସ୍ ଦର ଏତେ ଦ୍ରୁତ ଗତିରେ ବଢ଼ି ନାହିଁ । ୨୦୧୪ ମସିହାରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଅ ।ସିବା ବେଳେ ଗ୍ୟାସ୍ ଦର ୪୧୪ ଟଙ୍କା ଥିଲା । ୭ ବର୍ଷ ମଧ୍ୟରେ ଗ୍ୟାସ ସିଲିଣ୍ଡର ଦୁଇ ଗୁଣରୁ ଅଧିକ ବଢ଼ି ୯୩୦ ଟଙ୍କା ଉପରେ ରହିଛି । ମହାମାରୀ କରୋନା ସଙ୍କଟ ସମୟରେ ମଧ୍ୟ ପ୍ରତି ମାସରେ ଦର ୨୫ରୁ ୭୫ ଟଙ୍କା ବଢ଼ିଛି । ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ପ୍ରାକୃତିକ ଗ୍ୟାସ ଦର ୬ ଡଲାର ଥିଲା । ଏବେ ତାହା ୫.୮ ଡଲାରକୁ ଖସି ଅ ।ସିଛି । ଠିକ୍ ସେହିଭଳି ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ୍ ପିଛା ୮୬ ଡଲାର ଥିବାବେଳେ ଏବେ ୭୮ ଡଲାର ରହିଛି । ଉଭୟ ପ୍ରାକୃତିକ ଗ୍ୟାସ୍ ଓ ଅଶୋଧିତ ତୈଳଦର ଯଥାକ୍ରମେ ୧୫ ଓ ୧୦ ପ୍ରତିଶତ କମିଥିଲା ବେଳେ ରନ୍ଧନ ଗ୍ୟାସ୍ ଦର ୧୨୩ ପ୍ରତିଶତ ବଢ଼ିଛି । କେବଳ ଗ୍ୟାସ ଦର ନୁହେଁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦାମ ବି ବୃଦ୍ଧି ପାଇଛି । ଯେଉଁଥିପାଇଁ ସାଧାରଣ ଖାଉଟି ହଇରାଣ ହେଉଛନ୍ତି । ତେଣୁ କେନ୍ଦ୍ର ଦରଦାମ ନୟନ୍ତ୍ରଣ ନକଲେ ଜନତା ତ୍ରାହି ତ୍ରାହି ଡାକିବେ । ଏସବୁ ପସଙ୍ଗକୁ ନେଇ ଶୀ

Also Read  ଗଞ୍ଜାମ ଏସପି ଅଫିସ ସମ୍ମୁଖରେ ଆତ୍ମାହୂତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

LEAVE A REPLY

Please enter your comment!
Please enter your name here