ଆସୁଛି ଆଉ ଏକ ଲଘୁଚାପ : ଓଡ଼ିଶାରେ କେଉଁଠି ହୋଇପାରେ ବର୍ଷା ?

0
431
ରାଜ୍ୟରେ ହେବ ବର୍ଷା
ରାଜ୍ୟରେ ହେବ ବର୍ଷା

ଭୁବନେଶ୍ୱର : ଆସନ୍ତା ୨୯ ତାରିଖ ଆଡ଼କୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଏହା ଧୀରେ ଧୀରେ ଅଧିକ ଘନୀଭୂତ ହେବା ସହ ପରବର୍ତ୍ତୀ ୪୮ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହାର ପ୍ରଭାବ ଓଡ଼ିଶା ଉପରେ କ’ଣ ରହିବ, ତାହା ପରେ ସ୍ପଷ୍ଟ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆସୁଛି ଆଉ ଏକ ଲଘୁଚାପ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଓ୍ବେଲମାର୍କ ଲୋ ପ୍ରେସରର ରୂପ ନେବ । ଘନିଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ହେବ । ଦକ୍ଷିଣ ଓଡିଶା ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା । ଏନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଚଳିତ ମାସ ପ୍ରଥମ ସପ୍ତାହରେ ଲଘୁଚାପର ପ୍ରଭାବ ଓଡ଼ିଶାରେ ରହିଥିବାବେଳେ ଏବେ ପୁଣି ସମୁଦ୍ରର ଦାନା ବାନ୍ଧିଛି ଆଉ ଏକ ଲଘୁଚାପ । ଏହି ଲଘୁଚାପ ପ୍ରଭାବରେ ଆସନ୍ତା ଦୁଇ ଦିନ ପ୍ରର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ପାହାଡିଆ ଅଞ୍ଚଳରେ ଶୀତ ବଢିବା ନେଇ ମଧ୍ୟ ସୂଚନା ପ୍ରଦାନ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ, ଭୁବନେଶ୍ୱର ।

Also Read  ରାଜଧାନୀରେ ନିର୍ବାଚନୀ ହିଂସା, ଥାନା ଆଗରେ ସଂଘବଦ୍ଧ ଆକ୍ରମଣ

LEAVE A REPLY

Please enter your comment!
Please enter your name here