ଡ଼ିସେମ୍ବର ୫
ଦିଲ୍ଲୀ ରେ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହି ବ୍ୟକ୍ତି ଜଣକ ତାଞ୍ଜାନିଆ ରୁ ଆସିଥିଲେ I ତାଙ୍କୁ ଦିଲ୍ଲୀ ର ଲୋକନାୟକ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି I ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଙ୍କ କହିଛନ୍ତି, ବିଦେଶରୁ ଆସିଥିବା ୧୨ ଜଣ ଯାତ୍ରୀ କରୋନା ରେ ଆକ୍ରାନ୍ତ ଥିଲେ ଏବଂ ସେମାନଙ୍କ ଙ୍କ ଜିନୋମ ସିକ୍ୱେନ୍ସିଂ ପରୀକ୍ଷଣରେ ଜଣେ ଯାତ୍ରୀ ଓମିକ୍ରନ୍ ରେ ଆକ୍ରାନ୍ତ ଥିବା କଥା ଜଣାପଡିଛି I ଏହାକୁ ମିଶାଇ, ଦେଶରେ ଏ ପର୍ଯ୍ୟନ୍ତ ୫ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଶନିବାର ଦିନ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିପଦପୂର୍ଣ୍ଣ ଦେଶରୁ ଆସିଥିବା ସାତଜଣ କରୋନା ସଂକ୍ରମିତ ଯାତ୍ରୀଙ୍କୁ ଲୋକନାୟକ ହସ୍ପିଟାଲ କୁ ପଠାଯାଇଛି। ଏହା ସହିତ ହସ୍ପିଟାଲରେ ବିଦେଶରୁ ଆସୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ କୁ ବୃଦ୍ଧି ପାଇଛି |
ଏଥିମଧ୍ୟରେ, ପୂର୍ବରୁ ସଂକ୍ରମିତ ୧୨ ଜଣଙ୍କ ଜିନୋମ ସିକ୍ୱେନ୍ସିଂ ରିପୋର୍ଟ ଆସିଛି | ଅବଶିଷ୍ଟ ସାତଜଣଙ୍କର ନମୁନା ଜେନୋମ ସିକ୍ୱେନ୍ସିଂ ପାଇଁ ନିଆଯାଇଛି, ଯାହାର ରିପୋର୍ଟ ତିନି ଦିନ ପରେ ଆସିବ | ଡାକ୍ତରଖାନା ସୂତ୍ର ଅନୁଯାୟୀ, ଏଠାରେ ସଂକ୍ରମିତ ୧୯ ଜଣଙ୍କ ମଧ୍ୟରେ କିଛି ମହିଳା ଏବଂ ଶିଶୁ ମଧ୍ୟ ଅନ୍ତର୍ଭୁକ୍ତ। ସମସ୍ତଙ୍କୁ ସ୍ୱତନ୍ତ୍ର ୱାର୍ଡର ଅଲଗା କୋଠରୀରେ ରଖାଯାଇଛି I
ଦେଶରେ ଏ ପର୍ଯ୍ୟନ୍ତ କର୍ଣ୍ଣାଟକ ରେ ୨ ଜଣ ଓମିକ୍ରନ୍ର ରୋଗୀ ଚିହ୍ନଟ ହେଇଥିବା ବେଳେ, ଗୁଜୁରାଟ ଏବଂ ମୁମ୍ବାଇରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I କର୍ଣ୍ଣାଟକରେ ଦୁଇ ରୋଗୀଙ୍କ ବୟସ ୬୬ ଏବଂ ୪୬ ବର୍ଷ | ଉଭୟଙ୍କର ସାମାନ୍ୟ ଲକ୍ଷଣ ରହିଛି ଏବଂ ଉଭୟ ଦକ୍ଷିଣ ଆଫ୍ରିକାରୁ ଆସିଥିବାବେଳେ ଗୁଜୁରାଟର ୭୨ ବର୍ଷ ବୟସ୍କା ରୋଗୀଙ୍କଠାରେ ଓମିକ୍ରନ୍ ଭାରିଆଣ୍ଟ ନିଶ୍ଚିତ ହୋଇଛି। ଏହି ରୋଗୀ ଜିମ୍ବାୱେରୁ ଫେରି ଆସିଥିଲେ | ଏଥିସହିତ ମୁମ୍ବାଇରେ ମଧ୍ୟ ଦକ୍ଷିଣ ଆଫ୍ରିକା ଏବଂ ଦୁବାଇ ଦେଇ ଆସିଥିବା ଜଣେ ବ୍ୟକ୍ତି ଓମିକ୍ରନ୍ରେ ସଂକ୍ରମିତ ହୋଇଥିବା ଜଣାପଡିଛି। ରବିବାର ଦିନ ଦିଲ୍ଲୀ ରେ ଜଣେ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I