ଦୀପାବଳିରେ ଫୁଟିବ ବାଣ : କେଉଁ ବାଣକୁ ମିଳିଲା ଅନୁମତି ?

0
553
ବାଣ ଜଗିବେ ପୋଲିସ
ବାଣ ଜଗିବେ ପୋଲିସ

କଟକ: ଦୀପାବଳିରେ ଫୁଟିବ ବାଣ । କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି ରାଜ୍ୟ ଉଚ୍ଚ ନ୍ୟାୟାଳୟ । ହାଇକୋର୍ଟଙ୍କ ମାର୍ଗଦର୍ଶିକା ଅନୁଯାୟୀ ବାଣ ଫୁଟାଇ ପାରିବେ । ସରକାର ବାଣ ଫୁଟାଇବା ନେଇ ପ୍ରତିବନ୍ଧକ ଲାଗାଇଥିବାବେଳେ ହାଇକୋର୍ଟରେ ଏନେଇ ଏକ ଅଭିଯୋଗ ଦାଖଲ କରାଯାଇଥିଲା । ଅଲ୍ ଓଡ଼ିଶା ଫାୟାର ୱାର୍କ୍ସ ଡିଲର୍ସ ଆସୋସିଏସନ୍ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ରାୟ ଦେଇଛନ୍ତି ହାଇକୋର୍ଟ।

କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ଅନୁସାରେ ବିକ୍ରୀ ହୋଇ ପାରିବ ସବୁଜ ବାଣ। ବାଣ ଫୁଟାଇବାକୁ ଅନୁମତି ପ୍ରଦାନ କରିଛନ୍ତି ହାଇକୋର୍ଟ । ପିଇଏସଓ ଅନୁମତି ପ୍ରାପ୍ତ ବାଣ ଫୁଟାଇବାକୁ ଅନୁମତି ପ୍ରଦାନ କରାଯାଇଛି । କୋଭିଡ ସମୟରେ କଟକଣାକୁ ଅନୁପାଳନ କରିବା ଏବଂ ବାୟୁ ମଣ୍ଡଳ ପ୍ରଦୂଷିତ ହେଉଥିବାରୁ ଏହା ଉପରେ ପ୍ରତିବନ୍ଧକ ଜାରି କରିଥିଲେ ରାଜ୍ୟ ସରକାର । ତେବେ ଯଦିବା ହାଇକୋର୍ଟ ବାଣ ଫୁଟାକୁ ଅନୁମତି ଦେଇଛନ୍ତି , କିନ୍ତୁ ଯେକୌଣସି ବାଣ ଫୁଟାଇପାରିବେ ନାହିଁ ଲୋକେ । କେବଳ ସବୁଜ ବାଣକୁ ଅନୁମତି ଦେଇଛନ୍ତି ଅଦାଲତ ।

ହାଇକୋର୍ଟ ଗତ ଶୁକ୍ରବାର ଆବେଦନର ଶୁଣାଣି କରି ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ଜଣାଇବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାଣଫୁଟାକୁ ନେଇ ଏନ୍‌ଜିଟି ଗାଇଡଲାଇନ୍ସ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଏବଂ କୋଭିଡ୍ ପ୍ରୋଟୋକଲ ତଥା ସଂକ୍ରମଣ ସ୍ଥିତିକୁ ନଜରରେ ରଖି ଏସଆରସି ବିଭିନ୍ନ ପକ୍ଷ ସହ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟରେ ମହାମାରୀ କରୋନାର ସ୍ଥିତିକୁ ଦେଖି ସରକାର ଜାରି କରିଛନ୍ତି ନଭେମ୍ୱର ମାସ ଗାଇଡ୍‌ଲାଇନ୍‌। ଗାଇଡଲାଇନ ଅନୁସାରେ ସହରାଞ୍ଚଳରେ ରାତ୍ରକଳୀନ କର୍ଫ୍ୟୁ ପୂର୍ବପରି ଜାରି ରହିବ। ରାତି ୧୦ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ସମସ୍ତ ପ୍ରକାର ଦୋକାନ ସକାଳ ୫ରୁ ରାତି ୧୦ ଖୋଲା ରହିପାରିବ। ନଭେମ୍ବର ଗାଇଡଲାଇନରେ ରାଜ୍ୟବ୍ୟାପୀ କେଉଁଠି ସପ୍ତାହାନ୍ତ ଶଟ୍‌ଡାଉନ୍‌ କଟକଣା ଜାରି କରାଯାଇନି। ଅନଲକ ପିରିୟଡରେ ସାରା ରାଜ୍ୟରେ ସମସ୍ତ ପ୍ରକାର ଦୋକାନ, ମଲ ଖୋଲା ରହିବ। ସେହିଭଳି ରାଜ୍ୟରେ ସମସ୍ତ ଧାର୍ମିକ ଉତ୍ସବ, ପର୍ବପର୍ବାଣୀ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଳନ କରାଗଲେ ମଧ୍ୟ ସରକାର ପୂର୍ବରୁ ଜାରି କରିଥିବା ଅଗଷ୍ଟ ୯ ର ଗାଇଡଲାଇନ୍‌ର ଅନୁପାଳନ କରାଯିବ।

 

Also Read  NRL signs MoU with Paradip Port Trust and Indian Oil Corporation for Import of Crude Oil from Paradip Port