ଦୁର୍ଦ୍ଦାନ୍ତ ମାଓନେତା ଦୁବାସୀକୁ ଝାରପଡା ଜେଲରେ ଜେରା କରିବ ଏନଆଇଏ

0
411
ଦୁର୍ଦ୍ଦାନ୍ତ ମାଓନେତା ଦୁବାସୀ ଶଙ୍କର
ଦୁର୍ଦ୍ଦାନ୍ତ ମାଓନେତା ଦୁବାସୀ ଶଙ୍କର

ଭୁବନେଶ୍ୱର : ଦୁର୍ଦ୍ଦାନ୍ତ ମାଓନେତା ଦୁବାସୀ ଶଙ୍କରକୁ ଭୁବନେଶ୍ୱର ଝାରପଡା ଜେଲରେ ଜେରା କରିବ ଏନଆଇଏ । ଚିତ୍ରକୋଣ୍ଡା ମାଓବାଦୀ ଆକ୍ରମଣରେ ବିଏସଏଫ କମାଣ୍ଡାଣ୍ଟ ଓ ଅନ୍ୟ ୩ ଯବାନଙ୍କ ମୃତ୍ୟୁ ମାମଲାରେ ଖୋଳତାଡ କରୁଛି କେନ୍ଦ୍ରୀୟ ସଂସ୍ଥା ଏନଆଇଏ । ଏନଆଇଏର ଏକ ୩ ଜଣିଆ ଟିମ୍ ଏଥିପାଇଁ ଝାରପଡା ଜେଲକୁ ଆସୁଥିବା ଜଣାପଡିଛି ।

ଦୁବାସୀକୁ ଜେରା କରିବା ପାଇଁ ତଦନ୍ତକାରୀ ଅଧିକାରୀ କରିଥିବା ଆବେଦନକୁ ସ୍ୱତନ୍ତ୍ର କୋର୍ଟ ମଞ୍ଜୁର କରିଛନ୍ତି । ଜେରା ବେଳେ ଦୁବାସୀଠାରୁ ବିସ୍ପୋରଣ ବାବଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରିବ ବୋଲି ଆଶା ରଖିଛନ୍ତି ତଦନ୍ତକାରୀ ଅଧିକାରୀ । ୨୦୧୨ ଫେବ୍ରୁଆରି ୧୦ ତାରିଖରେ ବିଏସଏଫ କମାଣ୍ଡାଣ୍ଟ ଓ ୫ ଜଣ ଯବାନ ଗୋଟିଏ ଗାଡିରେ ବାଲିମେଳାକୁ ଯାଉଥିବାବେଳେ ଆକ୍ରମଣ କରିଥିଲେ ମାଓବାଦୀ । ଏହି ଆକ୍ରମଣରେ କମାଣ୍ଡାଂଟଙ୍କ ସହ ୩ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟଜଣେ ଯବାନ ଓ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ ।

ଚିତ୍ରକୋଣ୍ଡା ଥାନାରେ ଏନେଇ ମାମଲା ରୁଜୁ ହେବା ପରେ ଏନଆଇଏ ତଦନ୍ତଭାର ହାତକୁ ନେଇଥିଲା । ୧୯୮୭ରେ ମାଓ ସଂଗଠନରେ ଯୋଗ ଦଇଥିବା ଦୁବାସୀ ଶଙ୍କର ନାଁ ଓଡିଶା ସମେତ ଆନ୍ଧ୍ର ଓ ତେଲେଙ୍ଗାନାରେ ମାଳମାଳ ମାମଲା ରହିଛି ।

Also Read  ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ସ୍ପେଶାଲ ସ୍କ୍ୱାର୍ଡକୁ ମାଡ଼ ଘଟଣା: ୨୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

LEAVE A REPLY

Please enter your comment!
Please enter your name here