ଦେଶରେ ସାମାନ୍ୟ କମିଲା : ଏବେବି ୩ ଲକ୍ଷ ଉପରେ ଦୈନିକ ସଂକ୍ରମଣ

0
918
ଦେଶରେ ସାମାନ୍ୟ କମିଲା
ଦେଶରେ ସାମାନ୍ୟ କମିଲା

ନୂଆଦିଲ୍ଲୀ: ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ବେଶ୍‌ କିଛି ଦିନର ଉପରମୁହାଁ ପରେ ଏବେ ଧୀରେ ଧୀରେ କମିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୩୩ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୨୫ ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩୩୩୫୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୪,୧୭୧ କମ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୯୨,୩୭,୨୬୪ରେ ପହଞ୍ଚିଛି। ଭାରତରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୪,୮୯,୪୦୯ରେ ପହଞ୍ଚିଛି। ସେହିପରି ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୫୯,୧୬୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୧,୮୭,୨୦୫ ରହିଛି। ଦେଶରେ ଆକ୍ଟିକ କେସ୍‌ ହାର ୫.୫୭ ପ୍ରତିଶତ ଥିବାବେଳେ ସୁସ୍ଥତା ହାର ୯୩.୧୮ ପ୍ରତିଶତ ରହିଛି।

Also Read  ଯାଜପୁର କାଣୀନଦୀ ବ୍ରହ୍ମଚାରୀପାଟଣା ଠାରେ ୬୦ ଫୁଟର ଘାଇ; ଜନଜୀବନ ଅସ୍ତବ୍ୟସ୍ତ, ଗାଁରେ ପସିଲା ବନ୍ୟାପାଣି