ଦେଶରେ ୨୪ ଘଂଟାରେ ଚିହ୍ନଟ ହେଇଛନ୍ତି ୧୩,୧୬୬ କରୋନା ସଂକ୍ରମିତ

0
709
ଦେଶରେ ୨୪ ଘଂଟାରେ ଚିହ୍ନଟ ହେଇଛନ୍ତି ୧୩,୧୬୬ କରୋନା ସଂକ୍ରମିତ
ଦେଶରେ ୨୪ ଘଂଟାରେ ଚିହ୍ନଟ ହେଇଛନ୍ତି ୧୩,୧୬୬ କରୋନା ସଂକ୍ରମିତ

ଫେବୃଆରୀ ୨୫ / କିଛି ଦିନ ହେବ ଦେଶରେ ଦୈନିକ କୋଭିଡ କେଶ କମିବାରେ ଲାଗିଛି I ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଅ ଯାଇଥିବା ରିପୋର୍ଟ ଅନୁସାରେ, ୨୪ ଘଂଟାରେ ୧୩,୧୬୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଦେଶରେ ମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୨୮,୯୪,୩୪୫ ରେ ପହଞ୍ଚିଛି।
ସେହିପରି ୨୪ ଘଂଟାରେ ସୁସ୍ଥ ହେଇଛନ୍ତି 26 ହଜାର ୯୮୮ ଜଣ ଏବଂ ମୋଟ ସୁସ୍ଥ ହେଇଥିବା ରୋଗୀ ଙ୍କ ସଂଖ୍ୟା ୪,୨୨, 46,୮୮୪ ରେ ପହଂଚିଛି I ଏହାଦ୍ୱାରା ସୁସ୍ଥତା ହାର ୯୮.୪୯ କୁ ବୃଦ୍ଧିପାଇଛି I
ସକ୍ରିୟ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ କମିବାରେ ଲାଗିଛି I ଏବେ ୧,୩୪ ,୨୩୫ ଜଣ ଚିକିତ୍ସାଧୀନ ଅଛନ୍ତି I ଯାହା ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର ୦.୩୧ ପରସେଣ୍ଟ I
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ୨୪ ଘଂଟାରେ ୩୦୨ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି। ମୋଟ ମୃତ୍ୟୁ ସଂଖ୍ୟା ୫,୧୩,୨୨୬ କୁ ବୃଦ୍ଧିପାଇଛି I

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ପରୀକ୍ଷା କରାଯାଇଛି ୧୦,୩୦,୦୧୬ ଟି ନମୁନା। ସାପ୍ତାହିକ ପଜିଟିଭିଟି ହାର ୧.୪୮ ରହିଥିବା ବେଳେ ଦୈନିକ ପଜିଟିଭିଟି ହାର ୧.୨୮ ରେ ପହଂଚିଛି I

Also Read  Bhubaneswar reports 1084 fresh Covid cases & 906 recoveries in a day

LEAVE A REPLY

Please enter your comment!
Please enter your name here