ଦେଶରେ ୩ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ

0
1012
Odisha Reports 78 Covid Cases In 24 Hours; 822 Active Cases
Odisha Reports 78 Covid Cases In 24 Hours; 822 Active Cases

ନୂଆଦିଲ୍ଲୀ: ଦେଶରେ ଲଗାମ ଛଡା ହୋଇଛି ମାହାମରୀ କରୋନା। ଦିନକୁ ଦିନ ବଢ଼ି ଚାଲିଛି କରୋନା ଗ୍ରାଫ। ସଂକ୍ରମିତଙ୍କ ସଂଖ୍ୟାରେ ଲାଗୁନି ବ୍ରେକ। ପ୍ରଥମେ ଦେଶରେ ଲକ୍ଷେ, ତା’ପରେ ଦୁଇ ଲକ୍ଷ ଆଉ ଏବେ ୩ ଲକ୍ଷ ମୁହାଁ ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ଲକ୍ଷ ୭୧, ୨୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଟ୍ୱିଟ୍‌ କରି ସୂଚନା ଦେଇଛି।

ଏହାକୁ ମିଶାଇ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ଡେଇଁଛି। ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୧୫ଲକ୍ଷ ୫୦ ହଜାର ୩୭୭ କରୋନା ରୋଗୀଙ୍କ ଚିକିତ୍ସା ଚାଲିଛି। ଅନ୍ୟପଟେ ଦେଶରେ ପଜିଟିଭିଟି ରେଟ୍‌ ଶନିବାର ତୁଳନାରେ କମ୍‌ ରହିଛି। ଶନିବାର ପଜିଟିଭିଟି ରେଟ୍‌ ୧୬.୬୬% ରେକର୍ଡ କରାଯାଇଥିବା ବେଳେ ରବିବାର ୧୬.୨୮ ରେକର୍ଡ ହୋଇଛି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୩୮ ହଜାର ୩୩୧ ଜଣ କରୋନାକୁ ମାତ୍‌ ଦେଇଛନ୍ତି। ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ସମୁଦାୟ ସୁସ୍ଥ ସଂଖ୍ୟା ୩,୫୦,୮୫,୭୨୧ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୩୧୪ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ସେହିପରି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ମାମଲା ୨୮.୧୭ ପ୍ରତିଶତ ବଢ଼ିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୭,୭୪୩ଟି ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Also Read  ତୃତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି ବ୍ରିଟନୀ ସ୍ପିୟର୍ସ