ଫେବୃଆରୀ ୨୬
ଆଜି ସୁପର ପାୱାର ରୁଷିଆ ସହିତ ୟୁକ୍ରେନର ଯୁଦ୍ଧର ତୃତୀୟ ଦିନ | ଗୋଟିଏ ପଟେ ୟୁକ୍ରେନ ର ସୈନ୍ୟମାନେ ରୁଷିଆ ସହ ଲଢେଇ କୁ ଜୋରଦାର କରିଥିବା ବେଳେ ୟୁକ୍ରେନ ର ସାଧାରଣ ନାଗରିକ ମଧ୍ୟ ନିଜ ଜୀବନ କୁ ବାଜିଲଗାଇ ରୁଷିଆ ବିରୁଦ୍ଧରେ ଅସ୍ତ୍ର ଉଠାଇଛନ୍ତି I
ବର୍ତ୍ତମାନ ର ଯୁଦ୍ଧ ସାହସ ଏବଂ ଉତ୍ସାହ ଉପରେ ଆଧାରିତ | ୟୁକ୍ରେନ ର ନାଗରିକ ଏବଂ ସୈନ୍ୟ ଦେଶପାଇଁ ବଳିଦାନ ଦେବା ପାଇଁ ଯେଉଁପରି ଭାବରେ ଆଗେଇଆସିଛନ୍ତି, ତାହା ବାସ୍ତବିକ ପ୍ରଶଂସନୀୟ I ୟୁକ୍ରେନ ର ଜଣେ ସୈନିକ ରୁଷିଆ ର ଟ୍ୟାଙ୍କ କୁ ଅଟକାଇବାକୁ ଯାଇ ଗୋଟିଏ ପୋଲ ନିକଟରେ ବ୍ଲାଷ୍ଟ କରି ନିଜକୁ ଉଡାଇଦେଥିଲେ I ଏହାଦ୍ୱାରା ପୋଲଟି ମଧ୍ୟ କ୍ଷତିଗ୍ରସ୍ତ ହେଇଥିଲା ଏବଂ ଟ୍ୟାଙ୍କ କୁ ଅନ୍ୟରାସ୍ତା ରେ ଯିବାକୁ ପଡିଲା I
ୟୁକ୍ରେନ ସେନା ଦ୍ୱାରା ଶହ ଶହ ରୁଷିଆ ସୈନିକ ମରିଥିବା ନେଇ ସେନା ପକ୍ଷରୁ ଫୋଟୋ ଏବଂ ଖବର ସୋସିଆଲ ମିଡ଼ିଆ ରେ ପ୍ରଚାର ଓ ପ୍ରସାର କରାଯାଇଛି I ଯାହା ୟୁକ୍ରେନ ର ଲୋକଙ୍କ ସାହସ ବଢ଼ାଇ ଦେଉଛି I
ସେନାରେ ଯୋଗ ଦେବାପାଇଁ ସାଧାରଣ ଜନତାଙ୍କୁ ସେନା ତରଫରୁ ଅରୁରୋଧ କରାଯାଉଛି I ଦେଖାଯାଇଛି ସ୍ୱଇଚ୍ଛା ରେ ୟୁକ୍ରେନ ର ନାଗରିକ ମାନେ ଯୁଦ୍ଧ ରେ ଯୋଗ ଦେବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି I
Ukraine ଅପେକ୍ଷାକୃତ ଭାବରେ ରୁଷିଆ ସାମ୍ନା ରେ କିଛି ନୁହେଁ I ତଥାପି ସେମାନେ ଆତ୍ମସମର୍ପଣ କରୁନାହାନ୍ତି I ତାଙ୍କ ପାଇଁ ତାଙ୍କ ଦେଶ ବଡ ବୋଲି ଅନୁଭବ କରି ଯୁଦ୍ଧ ରେ ସରକାରକୁ ପୁର୍ଣ ସହଯୋଗ କରୁଛନ୍ତି I