ଦ୍ଵିତୀୟ ପର୍ଯ୍ୟାୟରେ ୧୩ ବୁଥରେ ସାନି ମତଦାନ ନେଇ ପ୍ରସ୍ତାବ

0
469
Nuapada By-Election: All Preparations Completed For Counting
Nuapada By-Election: All Preparations Completed For Counting

ଭୁବନେଶ୍ୱର: ଆସନ୍ତାକାଲି ୨୯ ଜିଲ୍ଲାର ୬୩ ବ୍ଲକର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ହେବ ନିର୍ବାଚନ।  ଦ୍ଵିତୀୟ ପର୍ଯ୍ୟାୟରେ ୧୩ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି। ଦୁଇଟି ବୁଥରୁ ବାଲାଟ ତ୍ରୁଟି ନେଇ ରିପୋର୍ଟ ଆସିଛି। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥରେ ପୁନଃ ମତଦାନ ନେଇ ପ୍ରସ୍ତାବ ଆସିଛି। ଏନେଇ ନିର୍ବାଚନ କମିସନ ବିଚାରବିମର୍ଶ କରୁଛନ୍ତି। ନବରଙ୍ଗପୁରରେ ନିର୍ବାଚନ ଡ୍ୟୁଟି ବେଳେ ତିନି ପୁଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ୧୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ଦ୍ଵିତୀୟ ପର୍ଯ୍ୟାୟ ଭୋଟରେ ୭୮.୩ ପ୍ରତିଶତ ମତଦାନ ହୋଇଛି।

ଦ୍ବିତୀୟ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୫.୬୭% ମତଦାନ ହୋଇଥିବାବେଳେ ୮୪.୭% ଗଞ୍ଜାମ ଜିଲ୍ଲାରେ ସବୁଠୁ କମ୍ ୬୪.୮୬% ମତଦାନ ହୋଇଛି। ସେହିପରି ଅନୁଗୁଳରେ ୮୦.୩୨%, ବାଲେଶ୍ବରରେ ୭୮.୭୪%, ବଲାଙ୍ଗୀରରେ ୭୪.୬୩%, ବରଗଡ଼ରେ ୭୬.୨%, ଭଦ୍ରକରେ ୮୧.୦୪%, ବୌଦ୍ଧରେ ୮୪.୯%, କଟକରେ ୭୯.୬୪%, ଦେବଗଡ଼ରେ ୭୮.୩୩%, ଢେଙ୍କାନାଳରେ ୮୧.୦୮%, ଗଜପତିରେ ୮୨.୬୯%, ଜଗତସିଂହପୁରରେ ୭୮.୬୨%, ଯାଜପୁରରେ ୭୬ %, ଝାରସୁଗୁଡ଼ାରେ ୮୫.୧୪%, କଳାହାଣ୍ଡିରେ ୮୩.୮୧%, କନ୍ଧମାଳରେ ୭୯.୫%, କେନ୍ଦ୍ରାପଡ଼ାରେ ୭୪.୮୮%, କେନ୍ଦୁଝରରେ ୭୮.୧୮%, ଖୋର୍ଦ୍ଧାରେ ୭୩.୯୭%, କୋରାପୁଟରେ ୭୯.୦୧%, ମାଲକାନଗିରିରେ ୭୩.୪୩%, ମୟୂରଭଞ୍ଜରେ ୭୬.୮୫%, ନବରଙ୍ଗପୁରରେ ୮୧.୭୩%, ନୟାଗଡ଼ରେ ୭୭.୯୫%, ନୂଆପଡ଼ାରେ ୭୭.୬୭%, ପୁରୀରେ ୭୯.୧୬%, ରାୟଗଡ଼ାରେ ୭୭.୧୬%, ସମ୍ବଲପୁରରେ ୭୮.୪୩%, ସୁବର୍ଣ୍ଣପୁରରେ ୮୫.୬୭%, ସୁନ୍ଦରଗଡ଼ରେ ୭୪.୨୫% ମତଦାନ ହୋଇଛି।

Also Read  ପୁନଃ ନାମାଙ୍କନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି