ନୂଆଦିଲ୍ଲୀ: ଚଳିତଥର ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍(ଆଇପିଏଲ୍) କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ଆଦୌ ଶୁଭଙ୍କର ପ୍ରମାଣିତ ହୋଇପାରି ନାହିଁ। ଆଇପିଏଲ୍ ଆରମ୍ଭରୁ ହିଁ ଧୋନିଙ୍କ ଟିମ୍ ଚେନ୍ନାଇ ସୁପର୍ କିଙ୍ଗ୍ଓ(ସିଏସ୍କେ) ଲଗାତର ୩ଟି ମ୍ୟାଚ୍ରେ ପରାଜିତ ହୋଇ ସାରିଲାଣି। କେବଳ ସେତିକି ନୁହେଁ, ଧୋନି ଆଇପିଏଲ୍ ପାଇଁ ଯେଉଁ ପ୍ରୋମ ଭିଡିଓ ବନାଇଥିଲେ ତାହାକୁ ନେଇ ଏବେ ବିବାଦ ଉପୁଜିଛି।
ବ୍ରଡକାଷ୍ଟ୍ର ଚ୍ୟାନେଲ୍ରେ ଦୃଶ୍ୟମାନ ହୋଇଥିବା ଏହି ଭିଡିଓଟିକୁ ନେଇ ଆପତ୍ତି ଉଠାଇଛି କନ୍ଜ୍ୟୁମର୍ ୟୁନିଟ୍ ଆଣ୍ଡ୍ ଟ୍ରଷ୍ଟ୍ ସୋସାଇଟି(ସିୟୁଟିଏସ୍)। ଏହା ହେଉଛି ଏକ ସଡ଼କ ସୁରକ୍ଷା ସଂସ୍ଥା। ସିୟୁଟିଏସ୍ ଏହି ବିଜ୍ଞାପନ ବିରୋଧରେ ଅଭିଯୋଗ ଆଣି ଏହା ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଛି ବୋଲି କହିଛି।
When it's the #TATAIPL, fans can go to any extent to catch the action – kyunki #YehAbNormalHai!
What are you expecting from the new season?@StarSportsIndia | @disneyplus pic.twitter.com/WPMZrbQ9sd
— IndianPremierLeague (@IPL) March 4, 2022
ଅଭିଯୋଗ ପରେ ଆଡ୍ଭରଟାଇଜିଂ ଷ୍ଟାଣ୍ଡାର୍ଡସ କାଉନ୍ସିଲ୍ ଅଫ୍ ଇଣ୍ଡିଆ(ଏଏସ୍ସିଆଇ) ଆଇପିଏଲ୍ ଗର୍ଭଣ୍ଣିଂ କାଉନ୍ସିଲ୍କୁ ଏହି ପ୍ରୋମ ହଟାଇବାକୁ କହିଛି। ଆଇପିଏଲ୍ ଗର୍ଭଣ୍ଣିଂ କାଉନ୍ସିଲ୍କୁ ଏପ୍ରିଲ୍ ୨୦ ତାରିଖ ସୁଦ୍ଧା ଏହି ପ୍ରୋମକୁ ପୂରା ହଟାଇବାକୁ ନଚେତ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦେଇଛି।
ଧୋନି ଏହି ଭିଡିଓରେ ରଜନୀକାନ୍ତ ଶୈଳୀରେ ଡ୍ରାଇଭର୍ ବନିଛନ୍ତି। ସେ ବସ୍କୁ ଚଳାଉଥିବାର ନଜର ଆସିଛନ୍ତି। ମଧ୍ୟ ରାସ୍ତାରେ ହଠାତ ବ୍ରେକ୍ ଲଗାଇ ଦେଉଛନ୍ତି। ଯାହାଫଳରେ ଟ୍ରାଫିକ୍ ଜାମ ହୋଇଯାଉଛି। ସେ ଝରକା ଖୋଲି ସମସ୍ତଙ୍କୁ ବାହାରକୁ ଦେଖିବାକୁ କହୁଛନ୍ତି। ପୁଣି ପଚାରୁଛନ୍ତି, ଦିଶୁଛି ତ ସମସ୍ତଙ୍କୁ? ସେହି ସମୟରେ ଟ୍ରାଫିକ୍ ପୁଲିସ୍ ପଚାରୁଛନ୍ତି, କ’ଣ ଚାଲୁଛି? ଧୋନି ଉତ୍ତର ଦେଉଛନ୍ତି, ସୁପର ଓଭର୍ ଚାଲୁଛି। ଏତିକି ଶୁଣି ଟ୍ରାଫିକ୍ ପୁଲିସ୍ ସେ ସ୍ଥାନ ଛାଡ଼ି ପଳାଇ ଯାଉଛନ୍ତି।

























