ଫେବୃଆରୀ ୨୫/ ବିଭିନ୍ନ ରାଜ୍ୟରୁ ଅତି କମରେ ୧୮ ଜଣ ମହିଳାଙ୍କୁ ବିବାହ କରିଥିବା ଜଣେ ନକଲି ଡାକ୍ତରଙ୍କ ବିରୋଧରେ ଆସାମର ଜଣେ ମହିଳା ଭୁବନେଶ୍ୱର ରେ ଓଡିଶା ମହିଳା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି I ଅଭିଯୋଗ କରିଥିବା ଏହି ମହିଳା ଜଣକ ଡାକ୍ତର I
ମହିଳା ଜଣକ କହିଛନ୍ତି, “ଆମେ ପ୍ରଥମ ଥର ପାଇଁ ଗୋଟିଏ Matrimonial Site ମାଧ୍ୟମରେ ପରିଚୟ ହେଲୁ I ସେହିଠାରୁ ଫୋନ ରେ ଆମେ କଥାବାର୍ତ୍ତା କଲୁ I ପରେ ସେ ଆସାମ ଆସି ମତେ ୩ ଥର ଭେଟିଥିଲେ I ‘
ସେ ଆହୁରି ମଧ୍ୟ କହିଛନ୍ତି, “ଅନେକ ଥର ଦେଖା ସାକ୍ଷାତ ପରେ ଆମେ ମେ ୩୧ , ୨୦୨୧ ରେ ବିବାହ କରିଥିଲୁ। ବାହାଘର ସମୟରେ ସେ ତାଙ୍କର କିଛି ସମ୍ପର୍କୀୟ ଙ୍କୁ ନେଇ ଗୌହାଟୀ ଆସିଥିଲେ I ସେବେଠାରୁ ସେ ମତେ ଠକିବା ଆରମ୍ଭ କରିଛନ୍ତି I ‘
ଘଟଣା ରୁ ପ୍ରକାଶ ଯେ’ ନକଲି ଡାକ୍ତର ରମେଶ ସ୍ୱାଇଁ ବିବାହ ପରେ ସେହି ମହିଳା ଡାକ୍ତରଙ୍କୁ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଏକ ଭଡା ଘରେ ରଖିଥିଲେ। ପରେ, ଫ୍ଲାଟ କିଣିବା ବାହାନାରେ ସେ ତାଙ୍କଠାରୁ ୨୦ ଲକ୍ଷରୁ ଅଧିକ ଟଙ୍କ ନେଇଯାଇଥିଲେ I
“ଗୃହ ପ୍ରବେଶ ସମୟରେ ସେ ଦୁଇଜଣ ମହିଳାଙ୍କୁ ତାଙ୍କ ଭଉଣୀ ଏବଂ ସାବତ ମା ଭାବରେ ପରିଚିତ କରିଥିଲେ। ମୁଁ କିଛି ଦିନ ପରେ ଆସାମକୁ ଫେରି ଆସିଥିଲି। ଗିରଫ ହେବାର ଖବର ଶୁଣି ମୁଁ ଜାଣିବାକୁ ପାଇଲି ଯେ’ ସେ ମତେ ଠକିଛି I ‘
ମହିଳା ଜଣକ ତାଙ୍କ ପରି ସମସ୍ତ ପୀଡିତାଙ୍କୁ ଆଗକୁ ଆସିବାକୁ ଅନୁରୋଧ କରିଥିଲେ ଏବଂ ତାକୁ ଉଚିତ ଦଣ୍ଡ ମିଳିବା ପାଇଁ ସମସ୍ତେ ତା ବିରୁଦ୍ଧରେ ଅଭିଯୋଗ ଦାଖଲ କରିବାକୁ ନିବେଦନ କରିଥିଲେ I ଯାହାଦ୍ୱାରା ଏପରି କେଶ କରିବା ପାଇଁ ଆଗକୁ କେହିବି ସାହସ କରିବେ ନାହିଁ I
ଏହି ମାମଲାର ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ’ ସ୍ୱାଇଁ ନିଜକୁ ବିଜୟଶ୍ରୀ ରମେଶ କୁମାର ଭାବରେ ଗୋଟିଏ matrimonial site ରେ ନିଜର ପରିଚୟ ଦେଇଥିଲା I ଏହାଦ୍ୱାରା ସେ ମହିଳା ଙ୍କୁ ବିବାହ କରିଥିଲା I ପୀଡିତାଙ୍କ ଲିଖିତ ଅଭିଯୋଗ ପାଇବା ପରେ ଆମେ ତାଙ୍କ ବିରୋଧରେ ଆଉ ଏକ ନୂଆ ମାମଲା ରୁଜୁ କରିଛୁ। । ”
ନକଲି ଡାକ୍ତର ରମେଶ ସ୍ୱାଇଁ କୁ ପୁଣି ୩ ଦିନିଆ ରିମାଣ୍ଡ ରେ ଆଣୁଛି ମହିଳା ଥାନା I ୨୫ ତାରିଖରୁ ତାର ଦ୍ଵିତୀୟ ପର୍ଯ୍ୟାୟ ୩ ଦିନିଆ ରିମାଣ୍ଡ ଆରମ୍ଭ ହେବ I ଏବେ ଧୀରେ ଧୀରେ ମହିଳା ମାନେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି I

























