ନନ୍ଦନକାନନରେ ନୂଆ ଅତିଥି , ୩ଟି ଶିଶୁ ଶାବକଙ୍କୁ ଜନ୍ମ ଦେଲା ବାଘୁଣୀ ରୂପା

0
935

ବାରଙ୍ଗ : ବାରଙ୍ଗ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏବେ ନୂଆ ଅତିଥି । ମା ହେଲେ ଧଳା ବାଘୁଣି ରୂପା ।ରୂପା ପ୍ରଥମ ଥର ପାଇଁ ସମସ୍ତଙ୍କୁ ଦେଇଛି ଖୁସି ଖବର । ୨୧ ନମ୍ବର ଖୁଆଡରେ ରହୁଥିବା ରୂପା ଗର୍ଭରୁ ୩ ଟି ଶିଶୁ ଶାବକ ଜନ୍ମ ନେଇଛନ୍ତି । ଧଳା ବାଘୁଣୀ ରୂପା ନାଲୀମହାବଳ ରାଜେସ ସହ ମିଳନ ପରେ ଏହି ଶିଶୁ ଶାବକ ଜନ୍ମ ହୋଇଛନ୍ତି। ପ୍ରଥମ ଥର ପାଇଁ ରୂପା ମା ହୋଇଥିବାରୁ କୌଣସି ଅଘଟଣ ଯେପରି ନଘଟେ ସେଥିପାଇଁ ନନ୍ଦନକାନନ କର୍ତ୍ତୁପକ୍ଷ ମା ଠାରୁ ଛୁଆକୁ ଅଲଗା ରଖି ଲାଳନ ପାଳନ କରୁଛନ୍ତି । ଏହି ଶାବକ ମାନଙ୍କୁ କର୍ତୁପକ୍ଷ ଖୁଆଉଥିବା ଦେଖିବାକୁ ମିଳିଥିଲା । ସେପଟେ ଏହାକୁ ମିଶାଇ ନନନ୍ଦକାନରରେ ବାଘ ସଂଖ୍ୟା ୨୯ କୁ ବୃଦ୍ଧି ପାଇଥିବା ବେଳେ ସେଥିମଧ୍ୟରୁ ୧୬ ଟି ଅଣ୍ଡିରା ବାଘ , ୧୦ଟି ମାଇ ଓ ୩ ଟି ଶିଶୁ ଶାବକ ରହିଛନ୍ତି । ସେପଟେ ଆଜି ଖୁସି ଖବର ଦେବା ପରେ ନନ୍ଦକାନନରେ ଖୁସିର ମାହୋଲ ।

Also Read  ଝଲସିବ ସାରଳା ମନ୍ଦିର: ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୪୨ କୋଟି