ଭୁବନେଶ୍ବର: ନୂଆବର୍ଷରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୨ ଓଡ଼ିଶା ପାଇଁ ସମୃଦ୍ଧିର ବର୍ଷ ହେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ନୂଆବର୍ଷ ୨୦୨୨ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାକୁ ଏକ ସମୃଦ୍ଧ ଓ ସଶକ୍ତ ରାଜ୍ୟରେ ପରିଣତ କରିବା ପାଇଁ ସରକାରଙ୍କ ଉଦ୍ୟମରେ ସେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି। #HappyNewYear2022 pic.twitter.com/7eKcfzCnxA
— CMO Odisha (@CMO_Odisha) January 1, 2022
ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଓମିକ୍ରନ ମୁକାବିଲା ପାଇଁ ରାଜ୍ୟବାସୀ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହାସହ କୋଭିଡ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ।

























