ନାବାଳିକାଙ୍କୁ ଦୁଷ୍କର୍ମ କଲେ, ପୀଡିତା ଅଭିଯୋଗ କରିବାରୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ

0
790

ରଣପୁର : ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳର ଜନୈକା ୧୪ବର୍ଷର ଅନୁସୂଚିତ ଜାତି ନାବାଳିକାଙ୍କୁ ଦୁଷ୍କର୍ମ ପରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି । ଏ ସମ୍ପର୍କରେ ଥାନାରେ ନାବାଳିକା ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ରଣପୁର ପୁଲିସ ୪ ମହିଳା ଓ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଉ କେତେକ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଜଣେ ଅଭିଯୁକ୍ତକୁ ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଗିରଫ ମାନେ ହେଲେ ଦିଲ୍ଲୀପ କୁମାର ତାଟାଳ(୨୧), ରବି ପରିଡ଼ା((୬୦), ରୀନା ପରିଡ଼ା(୩୫), ସଞ୍ଜୁ ପରିଡ଼ା(୬୦), ମଞ୍ଜୁ ମତ୍ତା(୫୫) ଓ ଛାଇ ବେହେରା ।

ନାବାଳିକାଙ୍କ ପିତାଙ୍କ ଲିଖିତ ଅଭିଯାଗ ଅନୁସାରେ, ତାଙ୍କର ନାବାଳିକା କନ୍ୟା ଟିକିନା(ଛଦ୍ମ ନାମ)ଙ୍କୁ ଗ୍ରାମର ଜନୈକ ଯୁବକ ଦୀର୍ଘ ତିନି ମାସ ଧରି ଦୁଷ୍କର୍ମ କରି ଆସୁଥିଲା । ଏ ନେଇ ଟିକିନା ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ସରପଞ୍ଚ ଓ ଗ୍ରାମର ଭଦ୍ର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ । ଗାଁରେ ଏହି ମାମଲାର ସମାଧାନ ହୋଇ ନପାରିବାରୁ ନାବାଳିକା ପରିବାର ଥାନାରେ ଅଭିଯୋଗ କରିଥିଲେ।ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତମାନେ ପୀଡ଼ିତାଙ୍କ ଘରେ ପଶି ତାଙ୍କ ମା’ଙ୍କୁ ମାରପିଟ୍‌ କରିବା ସହ ବିଭିନ୍ନ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ । ଏଥି ସହ ପୀଡ଼ିତାଙ୍କୁ ଟାଣି ନେଇ ତାଙ୍କ ଘର ସମ୍ମୁଖ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପକାଇଥିଲେ ଏବଂ ମାଡ଼ ମାରିଥିଲେ। ମାମଲା ଉଠାଇ ନେବାକୁ ସେମାନେ ଧମକ ମଧ୍ୟ ଦେଇଥିଲେ ।

ଏ ନେଇ ପୀଡ଼ିତାଙ୍କ ପରିବାର ରଣପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ରଣପୁର ପୁଲିସ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଏ ସଂକ୍ରାନ୍ତରେ ପୁଲିସ୍‌ ୪ ଜଣ ମହିଳାଙ୍କ ସମେତ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଭୟରେ କେତେକ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୁଲିସ ଜଣେ ଅଭିଯୁକ୍ତକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଅଭିଯୁକ୍ତମାନଙ୍କ ମଧ୍ୟରେ କେତେକ ମହିଳା ମଧ୍ୟ ଗିରଫ ହୋଇ ଜେଲ ଯାଇଛନ୍ତି । ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଦଫା ୩୭୬(ଦୁଷ୍କର୍ମ), ୩୪୧(ବେଆଇନ ଅଟକ), ୨୯୪(ଅଶ୍ଲୀଳ ଗାଳିଗୁଲଜ), ୩୨୩(ମାଡ଼ ମାରିବା), ୩୪୨(ବେଆଇନ ଅବରୋଧ), ୫୦୬(ଅପରାଧିକ ଭୟ ପ୍ରଦର୍ଶନ) ଓ ୩୪ ଆଇପିସି ଧାରା ଏବଂ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି ।

Also Read  ୯୪ ଥର ପାଇଁ ନିର୍ବାଚନ ଲଢ଼ିବେ ଏହି ବ୍ୟକ୍ତି

LEAVE A REPLY

Please enter your comment!
Please enter your name here