ନିଜକୁ PMO ଅଫିସରର ପରିଚୟ ଦେଇଥିଲା ମହାଠକ ସୁକେଶ, ସ୍ତ୍ରୀ ବି କମ୍‌ ନୁହନ୍ତି

0
574
ମହାଠକ ସୁକେଶ, ସ୍ତ୍ରୀ ବି କମ୍‌ ନୁହନ୍ତି
ମହାଠକ ସୁକେଶ, ସ୍ତ୍ରୀ ବି କମ୍‌ ନୁହନ୍ତି

ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ବେଶ୍‌ ଚତୁର। ସେ ଅନେକ ବଡ ବଡ ଲୋକଙ୍କୁ ନିଜ ଜାଲରେ ଫଶାଇଛି। ଏପରିକି ନିଜକୁ ପିଏମ୍‌ଓ ଅଫିସରର ପରିଚୟ ଦେଇ ସେ ପୁଳା ପୁଳା ଟଙ୍କା ଠକି ନେଇଥିବା ଅଭିଯୋଗ ଆସିଛି।

ସୂଚନା ମୁତାବକ, ରାନ୍‌ବ୍ୟାକ୍ସି କମ୍ପାନୀର ମାଲିକ ଶିବେନ୍ଦ୍ର ସିଂଙ୍କ ପତ୍ନୀ ଆଦିତି ସିଂଙ୍କୁ ମଧ୍ୟ ନିଜ ଜାଲରେ ଫସାଇଛନ୍ତି। ସୁକେଶ ସ୍ୱର ବଦଳାଇ ଟଙ୍କା ଲୁଟିବା ପାଇଁ ଆଦିତି ସିଂଙ୍କ ସହ କଥା ହୋଇଥିଲେ। ଏହି ମାମଲାର ଖୁଲାସା ପରେ ସୁକେଶ ଚନ୍ଦ୍ରଶେଖର ଏବଂ ଆଦିତି ସିଂଙ୍କୁ ଇଡି ପ୍ରଶ୍ନ କରିଛି। ଦୁର୍ଦ୍ଦାନ୍ତ ସୁକେଶ କହିଥିଲା, ସେ ପିଏମଓରେ କାମ କରୁଥିଲେ। ସେ ଆଦିତିଙ୍କୁ ଟେଲିଗ୍ରାମରେ କଥା ହେବାକୁ କହିଥିଲେ। କିନ୍ତୁ ହ୍ୱାଟସ୍‌ ଆପ୍ ଜରିଆରେ ସେ ଆଦିତିଙ୍କ ଭଉଣୀ ସହ କଥା ହୋଇଥିବା ନେଇ ଇଡି ଖୁଲାସା କରିଛି।

ସୁକେଶ ଚନ୍ଦ୍ରଶେଖର ଆଦିତି ସିଂଙ୍କ ସହ ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ ସ୍ୱରରେ ଅନେକ ଥର କଥା ହୋଇଛନ୍ତି। ଶୁକ୍ରବାର ଦିନ, ଇଡି ଏହି ବିଷୟରେ ଉଭୟଙ୍କୁ ସାମ୍ନାସାମ୍ନି ପ୍ରଶ୍ନ କରିଥିଲା। ଏଥିରୁ ଜଣାପଡିଥିଲା ଯେ, ଜୁନ୍‌ ୨୦୨୦ରୁ ୨୦୨୧ ଜୁଲାଇ ୭ ତାରିଖ ଯାଏଁ ଅଦିତିଙ୍କ ସହ ସୁକେଶ କଥାବାର୍ତ୍ତା କରିଛି। ନିଜକୁ ଗୃହସଚିବ ଅଜୟ କୁମାର ଭଲ୍ଲାଙ୍କ ପରିଚୟ ଦେଇ ସୁକେଶ କଥା ହେଉଥିଲା। କେବଳ ସେତିକି ନୁହେଁ ଶାସନ ସଚିବ ଅନୁପ କୁମାରଙ୍କ ରୂପେ ନିଜ ସ୍ୱର ବଦଳାଇ ସୁକେଶ କଥା ହୋଇଥିଲା। ସେ ଅଦିତିଙ୍କୁ ପିଏମ୍‌ଓ ଅଫିସରେ କାମ କରୁଥିବା କହିଥିଲା।

Also Read  ବିକାଶ ଓ ପ୍ରଗତି ପଥରେ ଦୁର୍ନୀତି ବଡ଼ ପ୍ରତିବନ୍ଧକ