ନିଜ ପ୍ରଶଂସକଙ୍କୁ ଇଦ ମୁବାରକ ଜଣାଇଲେ ଶାହାରୁଖ ଓ ସଲମାନ

0
1342

ମୁମ୍ବାଇ: ପ୍ରତିବର୍ଷ ଇଦ୍ ଦିନ ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କ ଘର ବାହାରେ ଏକ ବିରାଟ ଜନସମାଗମ ହୋଇଥାଏ। କରୋନା ଯୋଗୁଁ, ଗତ ଦୁଇ ବର୍ଷ ଧରି ଏହା ହୋଇପାରି ନଥିଲା। ଏଥର ଯେତେବେଳେ ପରିସ୍ଥିତି ସ୍ୱାଭାବିକ ହୋଇଛି, ଆଜି ସକାଳେ ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କ ଘର ବାହାରେ ପ୍ରଶଂସକମାନେ ଏକାଠି ହୋଇଥିଲେ। ସମସ୍ତେ ଅପେକ୍ଷା କରିଥିଲେ କେତେବେଳେ ସେମାନଙ୍କର ଷ୍ଟାର ବାହାରକୁ ଆସିବେ ଏବଂ ଇଦ ମୁବାରକ ଜଣାଇବେ।

ଶେଷରେ, ଆଜି ସନ୍ଧ୍ୟାରେ ପ୍ରାୟ ତିନିବର୍ଷ ପରେ ବଲିଉଡର ସୁପରଷ୍ଟାର ଶାହାରୁଖ ଖାନ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ଘର ‘ମନ୍ନତ’ରୁ ଇଦ୍ ମୁବାରକ କାମନା କରିଥିଲେ। ଫଟୋରେ ଦେଖିବାକୁ ମିଳିଛି ଯେ ସବୁଥର ଭଳି ଶାହାରୁଖ ତାଙ୍କ ଘରର ବାଲକୋନୀକୁ ଆସିଥିଲେ ଓ ପ୍ରଶଂସକମାନଙ୍କୁ ଇଦ ମୁବାରକ ଜଣାଇଥିଲେ । ସେ ହାତ ହଲାଇ ଓ ଫ୍ଲାଇଂ କିସ୍ ଦେଇ ଅଭିବାଦନ କରିଥିଲେ। ଶାହାରୁଖ ମଧ୍ୟ ସମସ୍ତଙ୍କ ସହ ସେଲଫି କ୍ଲିକ୍ କରି ପ୍ରଶଂସକମାନଙ୍କୁ ଖୁସୀ କରାଇ ଦେଇଥିଲେ।

Also Read  ଇସାରା ଦେଇ ମମତାଙ୍କ ଟିଏମସିକୁ ବାଣ ମାରିଲେ ମାର୍ଗେଟ ଆଲଭା