ନୀତିଶ କହିଲେ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ କେବେ ବି ଚିନ୍ତା କରିନାହାଁନ୍ତି….

0
1098
ନୀତିଶ କହିଲେ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ କେବେ ବି ଚିନ୍ତା କରିନାହାଁନ୍ତି....
ନୀତିଶ କହିଲେ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ କେବେ ବି ଚିନ୍ତା କରିନାହାଁନ୍ତି....

ଫେବୃଆରୀ ୨୨
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ କେବେ ବି ଚିନ୍ତା କରିନାହାଁନ୍ତି।

ସର୍ବସାଧାରଣ ରେ ଏଭଳି ଗୁଜବ କିପରି ହେଲା ସେ ତାହା ଜାଣିନାହାନ୍ତି ବୋଲି କହିଛନ୍ତି I ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମୁଁ କେବେ ଭାବି ନାହିଁ ।

ଗତ ସପ୍ତାହରେ ଦିଲ୍ଲୀରେ ବିଶିଷ୍ଟ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ଭେଟିବା ପରେ ନୀତୀଶ କୁମାର ଦେଶର ସର୍ବୋଚ୍ଚ ପଦବୀ ନିର୍ବାଚନ ଲଢ଼ୁଛନ୍ତି ବୋଲି ବୋଲି ଗୁଜବ ପ୍ରକାଶ ପାଇଛି।

କୁହାଯାଉଛି ଯେ’ ନୀତୀଶ କୁମାର ପ୍ରଶାନ୍ତ କିଶୋର ଙ୍କ ସହ ହେଇଥିବା ବୈଠକ ରେ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ରାଜି ହେଇଥିଲେ ଏବଂ କିଶୋରଙ୍କୁ ପ୍ରମୁଖ ନେତାଙ୍କ ସହମତି ସଂଗ୍ରହ କରିବାକୁ ଦାୟିତ୍ୱ ଦିଆଯାଇଥିଲା।

ନିକଟରେ କିଶୋର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଭେଟିଥିଲେ। ଏହା ବ୍ୟତୀତ ନୀତୀଶ କୁମାରଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ମୁଖ୍ୟ ଶରଦ ପାୱାର, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ା ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବ ଙ୍କ ସହଯୋଗ ମିଳିବ ନେଇ ପ୍ରଶାନ୍ତ କିଶୋର ଚେଷ୍ଟା କରିବେ ବୋଲି ଶୁଣାଯାଉଛି I

ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜୁଲାଇରେ ଶେଷ ହେବ।

ଏହି ସମୟରେ, ହାମ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀ କହିଛନ୍ତି ଯେ ଏ ସମ୍ପର୍କରେ ସେ କିଛି ଜାଣିନାହାନ୍ତି I ତେବେ ନୀତୀଶ କୁମାରଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇ ସେ କହିଛନ୍ତି, “ସେ ଦେଶର ଏକ ବଡ ସାମ୍ବିଧାନିକ ପଦବୀ ହାସଲ କରନ୍ତୁ ବୋଲି ମୁଁ ଚାହୁଁଛି। ତାଙ୍କୁ ମୋର ଶୁଭେଚ୍ଛା।”

ଆରଜେଡି ନେତା ତଥା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ କହିଛନ୍ତି: “ନୀତୀଶ କୁମାର ବିହାର ଉପରେ ଧ୍ୟାନ ଦେବା ଉଚିତ ଏବଂ ଅପରାଧ, ବେକାରୀ, ମୁଦ୍ରାସ୍ଫୀତି ତଥା ରାଜ୍ୟର ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବା ଉଚିତ। ପ୍ରଥମେ ସେ ରାଜ୍ୟକୁ ସୁରୁଖୁରୁରେ ଚଳାଇବା ଉଚିତ ଏବଂ ପରେ ରାଷ୍ଟ୍ରପତି ପଦବୀ କଥା ଚିନ୍ତା କରିବା ଉଚିତ।
ରାଜନୀତି ମହଲା ରେ ଆଲୋଚନା ଚାଲୁଛି ଯେ’ ନୀତୀଶ କୁମାର ଏବଂ ବିଜେପି ନେତୃତ୍ୱ ଏକ ପ୍ରକାର ମୌଖିକ ଚୁକ୍ତି କରିଛନ୍ତି, ନୀତିଶ ଙ୍କୁ ରାଷ୍ଟ୍ରପତି ପଦ ପ୍ରଦାନ କରିବା ପାଇଁ ଏବଂ ସେ ବିହାର ମୁଖ୍ୟମନ୍ତ୍ରୀ ପଦବୀ ବିଜେପିକୁ ଦେବା ପାଇଁ ।

Also Read  Ex Lok Sabha Speaker Rabi Ray expires at 91; Bihar CM to pay his last respect to him in Puri, Odisha