ନୂଆ କରୋନାଭାଇରସ୍ ଭାରିଆଣ୍ଟ BA.2 ଅଧୀକ ଗତି ରେ ସଂକ୍ରମିତ ହେବ, କିନ୍ତୁ ଲକ୍ଷଣ ସାମାନ୍ୟ ରହିବ

0
1112
59 H3N2 Influenza Cases Found In Odisha
59 H3N2 Influenza Cases Found In Odisha

ଫେବୃଆରୀ ୨୨
ନୂଆ କରୋନାଭାଇରସ୍ ଭାରିଆଣ୍ଟ BA.2 ସାମାନ୍ୟ ଲକ୍ଷଣ ସୃଷ୍ଟି କରିପାରେ କିନ୍ତୁ ଏହା ଅଧିକ ସଂକ୍ରମଣକାରୀ ବୋଲି ଭାରତର କୋଭିଡ ଟାସ୍କଫୋର୍ସର ଜଣେ ସଦସ୍ୟ ମଙ୍ଗଳବାର କହିଛନ୍ତି।

“ପୂର୍ବରୁ ଚିହ୍ନିତ BA.1 ସବଭାରିଆଣ୍ଟ ଅପେକ୍ଷା ଓମିକ୍ରନ୍ BA.2 ଅଧିକ ସଂକ୍ରମଣ କରିପାରେ । କିନ୍ତୁ ଏହା ସାମାନ୍ୟ ଲକ୍ଷଣ ସୃଷ୍ଟି କରିପାରେ” ବୋଲି ଲାନସେଟ୍ କମିଶନର ସଦସ୍ୟ ଡ. ସୁନେଲା ଗର୍ଗ କହିଛନ୍ତି।

ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଟୀକାକରଣ ସ୍ଥିତି ଏବଂ ରୋଗ ପ୍ରତିରୋଧକ ଶକ୍ତି ହେତୁ ଓମିକ୍ରନ୍ ରୋଗୀମାନଙ୍କ ବିଭିନ୍ନ ପ୍ରକାର ର ଲକ୍ଷଣ ଦେଖାଯାଉଛି I
ଓମିକ୍ରନ୍ BA.2 ଦ୍ୱାରା ଆଉ ଗୋଟିଏ ଲହର ଆସିବା ସମ୍ଭାବନା କୁ ନେଇ ଡ଼.ସୁନୀଲI ଗର୍ଗ କହିଛନ୍ତି, ଏହା ପୂର୍ବରୁ ଯେଉଁମାନେ Covid-19 ର BA.1 ସବ୍-ଭାରିଆଣ୍ଟ ରେ ସଂକ୍ରମିତ ହେଇଥିଲେ ସେମାନଙ୍କୁ ଏହା ସଂକ୍ରମିତ କରିପାରିବ ନାହିଁ |

ସେ ପୁଣି କହିଛନ୍ତି “ଭାରତରେ ଅଧିକାଂଶ ଲୋକ BA.1 ର ସଂସ୍ପର୍ଶରେ ଆସିଛନ୍ତି ତେଣୁ ସଂକ୍ରମଣ ସାମାନ୍ୟ ହେବ। ଏହା ବଡ ଲହର ସୃଷ୍ଟି କରିବା ସମ୍ଭାବନା କମ । ଏବେ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ଆମକୁ ଅଧିକ ସଜାଗ ରହିବାକୁ ପଡିବ।”

ବିଶ୍ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ କହିଛି ଯେ BA.1 ଅପେକ୍ଷା BA.2 ନିଶ୍ଚିତ ଭାବରେ ଅଧିକ ସଂକ୍ରମିତ କରିପାରିବ କିନ୍ତୁ ଉଭୟ ପ୍ରକାରର ଗମ୍ଭୀରତା ସମାନ |

ଡେନମାର୍କ, ଫିଲିପାଇନ୍ସ ଏବଂ ଦକ୍ଷିଣ ଆଫ୍ରିକା ପରି ଦେଶରେ ଓମିକ୍ରନ୍ BA.2 ଦ୍ରୁତ ଗତିରେ ବ୍ୟାପୁଛି |

 

 

 

Also Read  ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ପଞ୍ଚମ ଦିନ, ୫ଟି ଜିଲ୍ଲାର ୪୪୫ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ