ନୂଆ ଚଳଚ୍ଚିତ୍ର ‘ଗୋଲ୍ଡ’ରେ ପୃଥ୍ୱୀରାଜଙ୍କ ସହ ନାୟିକା ଭୂମିକାରେ ଆସୁଛନ୍ତି ନୟନତାରା

0
405

ଲୋକପ୍ରିୟ ମାଲୟାଲମ୍ ଚଳଚ୍ଚିତ୍ର ‘ପ୍ରେମମ୍’ର ନିର୍ଦ୍ଦେଶକ ଅଲଫୋସ୍ ପୃଥେନ୍ ‘ସାତବର୍ଷର ବ୍ୟବଧାନ ପରେ ପୁଣି ଚଳଚ୍ଚିତ୍ର ଦୁନିଆକୁ ଫେରିଛନ୍ତି। ୨୦୧୫ରେ ମୁକ୍ତିଲାଭ କରିଥିବା ଏଇ ଚଳଚ୍ଚିତ୍ର ସେତେବେଳେ କେବଳ କେରଳ ରାଜ୍ୟ ଭିତରେ ସୀମିତ ନ ରହି ସାରା ଦେଶର ସିନେପ୍ରେମୀଙ୍କୁ ଆକୃଷ୍ଟ ଓ ପ୍ରଭାବିତ କରିଥିଲା। ଏଥର ସେ ତାଙ୍କ ନୂଆ ଚଳଚ୍ଚିତ୍ର ‘ଗୋଲ୍ଡ’ରେ ପୃଥ୍ବୀରାଜ ସୁକୁମାରନ୍‌ଙ୍କୁ ନାୟକ ଏବଂ ନୟନତାରାଙ୍କୁ ନାୟିକା ଭୂମିକାରେ ଉପସ୍ଥାପିତ କରିଛନ୍ତି। ଏହାର କାହାଣୀ ପ୍ରେମର ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ। ଜଣେ ପ୍ରେମିକ ବୟସର ଭିନ୍ନ ଭିନ୍ନ ସୋପାନରେ ତା’ ପ୍ରେମିକାକୁ କିପରି ବିମୋହିତ କରୁଛି ତାହା ଏଇ ଚଳଚ୍ଚିତ୍ରରେ ପ୍ରତିଫଳିତ ହୋଇଛି। ବିଶେଷ କରି ଏଥିରେ ଥିବା ସଂଳାପ, ସଙ୍ଗୀତ ଏବଂ ଅଭିନୟ ଦର୍ଶକଙ୍କୁ ବହୁଳ ଭାବରେ ଆକୃଷ୍ଟ କରିବ ବୋଲି ଶୁଣାଯାଉଛି।

ନିର୍ଦ୍ଦେଶକ ଆଲଫୋସ୍ ତାଙ୍କ ନୂଆ ଚଳଚ୍ଚିତ୍ର ‘ଗୋଲ୍ଡ’ର ଟିଜର ମଧ୍ୟ ଦର୍ଶକଙ୍କ ପାଇଁ ଲୋକାର୍ପିତ କରିଛନ୍ତି। ଏଥିରେ ନୟନତାରା ସୁମଙ୍ଗଳି ଭୂମିକାରେ ଥିବାବେଳେ ରୋଶନ ମାଥ୍ୟୁ, ଲାଲୁ ଆଲେକ୍ସ, ଚେମ୍ବାନ ବିନୋଦ, ବାବୁରାଜ, ମଲ୍ଲିକା ସୁକୁମାରନ୍, ବିନୟ ଫର୍ଟ ଏବଂ ଆଉ ଅନ୍ୟାନ୍ୟ ନାମୀ କଳାକାରଙ୍କୁ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଏହା ଭିତରେ ପୃଥ୍ବୀରାଜ ତାଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ‘ଜନଗଣ ମନ’ ପାଇଁ ଉତ୍ସାହିତ ଅଛନ୍ତି। ସେମିତି ନୟନତାରା ମଧ୍ୟ ଆଗାମୀ ମାସରେ ମୁକ୍ତିଲାଭ କରିବାକୁ ଥିବା ତାଙ୍କ ନୂଆ ସିନେମା ‘କାଥୁବକ୍କୁଲ ରେନ୍ଦୁ କାଦ୍ଧଲି’ ନେଇ ଉତ୍ସାହିତ ଅଛନ୍ତି। ତେବେ ପୃଥ୍ବୀରାଜଙ୍କ ସହ ନୟନତାରାଙ୍କୁ ଦେଖିବାକୁ ଦର୍ଶକଙ୍କ ଭିତରେ ବେଶ୍ ଉତ୍କଣ୍ଠା ଦେଖାଦେଲାଣି।

Also Read  ଭାରତ ଦର୍ଶନ ପାର୍କରେ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରତିକୃତି ସ୍ଥାପିତ

LEAVE A REPLY

Please enter your comment!
Please enter your name here