ମୁମ୍ବାଇ : ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କ ପାଇଁ ପ୍ରଶଂସକଙ୍କ କ୍ରେଜ୍ ଆକାଶ ଛୁଇଁବା ସଂଗେ ସମାନ । ନୋରାଙ୍କ ନୃତ୍ୟ ସହ ତାଙ୍କ ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ ଏବଂ କଥାକୁ ଲୋକେ ଖୁବ ଚର୍ଚ୍ଚା କରନ୍ତି । ନୋରାଙ୍କ ଏକ ନୂଆ ଭିଡିଓ ଏବେ ଭାଇରାଲ ହେଉଛି । ତେବେ ଏଥର କିନ୍ତୁ ଫ୍ୟାନ୍ସମାନଙ୍କର ପ୍ରିୟ ନୋରା ଜବରଦସ୍ତ ଟ୍ରୋଲ ହେବାରେ ଲାଗିଛନ୍ତି ।
ନୋରା ଫତେହି ନୂଆ ଭିଡିଓରେ ସବୁଥର ଭଳି ଗ୍ଲାମରସ ଅନ୍ଦାଜରେ ନଜର ଆସନ୍ତି । ପ୍ରିଣ୍ଟେଡ୍ ବଡିକନ ଡ୍ରେସ୍ ଏବଂ ହାଇ ହିଲ୍ସରେ ନୋରାଙ୍କ ଅନ୍ଦାଜ ଦେଖିବା ଭଳି ଥାଏ । ନ୍ୟୁଡ୍ ଗ୍ଲୋଇଙ୍ଗ ମେକ ଅପ୍ ଏବେ ହାଇ ପୋନିଟେଲରେ ନୋରା ସୁପର ଗ୍ଲାମରସ ଦେଖାଯାଉଛନ୍ତି । ତଥାପି ଲୋକେ ତାଙ୍କୁ ପ୍ରଶଂସା କରିବା ବଦଳରେ ଟ୍ରୋଲ କରୁଛନ୍ତି ।
ସୂଚନା ଥାଉକି, ନୋରା ଫଟୋ ପୋଜ ଦେଉଥିଲେ । ଏହି ସମୟରେ ସେ ଏମିତି ଚାଲି ଚାଲି ଆସିଲେ ଯେ, ଫ୍ୟାନ୍ସ କହିଲେ ନୋରା ମଲାଇକାଙ୍କ ଭଳି ଚାଲିବାକୁ ଚେଷାଟ କରୁଛନ୍ତି । ନୋରାଙ୍କ ଚାଲିଙ୍କୁ ମଲାଇକାଙ୍କ ସହ କମ୍ପେୟାର କରାଯାଇଛି । ଆମେ ଏଠାରେ କହିରଖୁ ଯେ, ମଲାଇକା ଚାଙ୍କ ଚାଲିକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ।

























