ପଂଚାୟତ ନିର୍ବାଚନ ର ଶେଷ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି

0
841
ପଂଚାୟତ ନିର୍ବାଚନ ର ଶେଷ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି
ପଂଚାୟତ ନିର୍ବାଚନ ର ଶେଷ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି

ଫେବୃଆରୀ ୨୪/ ଆଜି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ଶେଷଦିନ I ଏହି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ରେ ରାଜ୍ୟର ୨୫ ଟି ଜିଲ୍ଲାର ୧୩ ହଜାର ୫୧୪ ବୁଥ ରେ ମତଦାନ ଚାଲିଛି I ରାଜ୍ୟ ନିର୍ବାଚନ କମିଶନ ଙ୍କ ତଥ୍ୟ ଅନୁସାରେ, ଆଜି ୪୧ ଲକ୍ଷ ୮୮ ହଜାର ୩୮୨ ଜଣ ମତଦାତା ସେମାନଙ୍କର ମତ ସାବ୍ୟସ୍ତ କରିବେ I ଏହି ଶେଷ ପର୍ଯ୍ୟାୟ ରେ ୧୩୧ ଟି ଜୋନ୍‌ ପାଇଁ ୫୨୦ ଜଣ ପାର୍ଥି ଙ୍କ ମଧ୍ୟରେ କଡା ମୁକାବିଲା ହେଉଛି I
ମାଲକାନଗିରି ଜିଲ୍ଲା ର ସ୍ୱାଭିମାନ ଅଂଚଳରେ ରେ ଭୋଟିଂ ପ୍ରକ୍ରିୟା ଚାଲିଛି I ପ୍ରାୟ ୧୦ ବର୍ଷ ପରେ ଏଠାରେ ପଂଚାୟତ ନିର୍ବାଚନ ହେଉଛି I ଚିତ୍ରକୋଣ୍ଡା ବ୍ଲକ ର ୨ ଟି ଜୋନ୍‌ ପାଇଁ ନିର୍ବାଚନ ହେଉଥିଲେ ମଧ୍ୟ ଜୋନ୍‌ ୨ ବା ସ୍ୱାଭିମାନ ଅଂଚଳ ର ପୋଲିଂ ଉପରେ ସମସ୍ତଙ୍କ ନଜର ରହିଛି I ଏହି ଅଂଚଳ ରେ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି I ରାସ୍ତା ନ ଥିବା ଅଂଚଳକୁ ଜଳପଥ ରେ ପୁଲିଂ କର୍ମଚାରୀ ଙ୍କୁ ପଠାଯାଇଛି I
୨୦୧୭ ପଂଚାୟତ ସମୟରେ, ସମସ୍ତ ପ୍ରସ୍ତୁତି ପରେ ମଧ୍ୟ ସେଠାରେ ମାଓବାଦୀ ଙ୍କ ଧମକ ଯୋଗୁଁ ନିର୍ବାଚନ ହେଇପାରି ନ ଥିଲା I
ଶେଷ ପର୍ଯ୍ୟାୟ ରେ ଯେପରି ଅବାଧ ଓ ସ୍ୱଚ୍ଛ ନିର୍ବାଚନ ହୁଏ ସେ ନେଇ ସରକାର ଙ୍କ ପକ୍ଷ ରୁ ପୁର୍ଣ ପ୍ରସ୍ତୁତି କରାଯାଇଛି I ନିର୍ବାଚନ ହେବାକୁ ଥିବା ୨୫ ଟି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ତା କୁ କଡାକଡି କରାଯାଇଛି I ଆଇନ ଶୃଙ୍ଖଳା ଦାୟିତ୍ୱ ରେ ୨୫୮ ପ୍ଲାଟୁନ ଫୋର୍ସ, ୧୧୪୮ ଟି ମୋବାଇଲ ପେଟ୍ରୋଲିଙ୍ଗ ଟିମ ଙ୍କୁ ରଖାଯାଇଛି I
ସୂଚନାଯୋଗ୍ୟ, ରାଜ୍ୟରେ ୧୬ ତାରିଖରୁ ପଂଚାୟତ ନିର୍ବାଚନ ଆରଂଭ ହେଇଥିଲା I ଏହା ଭିତରେ ମୋଟ ୭୮ ହଜାର ୩୮୯ ବୁଥ ରେ ମତଦାନ ସରିଛି I ବାକି ୧୩ ହଜାର ୫୧୪ ବୁଥ ରେ ଆଜି ନିର୍ବାଚନ ହେଉଛି I

Also Read  କ୍ୟାଟ୍ରିନା କୈଫ ଙ୍କ ବିବାହ ଉତ୍ସବ ରେ ସଲମାନ ଖାନ ଯୋଗ ନ ଦେବାର କାରଣ କଣ ?