ପଞ୍ଚମ ଦିନରେ ମଧ୍ୟ ବିଧାନସଭାରେ ଅଚଳାବସ୍ଥା ଜାରି : ବାଚସ୍ପତିଙ୍କୁ ଘେରିଲେ କଂଗ୍ରେସ ବିଧାୟକ, ୪ଟା ଯାଏଁ ଗୃହ ମୁଲତବୀ

0
600
ବାଚସ୍ପତିଙ୍କୁ ଘେରିଲେ କଂଗ୍ରେସ ବିଧାୟକ
ବାଚସ୍ପତିଙ୍କୁ ଘେରିଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ଆଜି ପଞ୍ଚମ ଦିନରେ ବି ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି। ଶୀତ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ସୋମବାର ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ମମିତା ପ୍ରସଙ୍ଗରେ ବିରୋଧୀ ହୋହାଲ୍ଲା ଓ ପ୍ରତିବାଦ ଜାରି ରଖିଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି। ଗୃହର ମଧ୍ୟଭାଗରେ ବିଜେପି ସଦସ୍ୟ ନାରାବାଜି କରିଥିବା ବେଳେ କଂଗ୍ରେସ ବିଧାୟକ ବାଚସ୍ପତିଙ୍କ ପୋଡିୟମକୁ ଘେରି ରହିଥିଲେ। ଏହାଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

ଅନ୍ୟପଟେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ଗୃହରେ ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ। ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ନ ମିଳିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ବର୍ଷିଛନ୍ତି ଶାସକ ଦଳର ସଦସ୍ୟ। ଗୃହରେ ପ୍ରତିବାଦ ପରେ ବିଧାନସଭାରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେଡି ବିଧାୟକ।  ଆଉ ବାରମ୍ବାର ହଟ୍ଟଗୋଳ କାରଣରୁ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ବିଧାନସଭା ଆରମ୍ଭରୁ ହିଁ ଗୃହ ସ୍ୱାଭାବିକ ଭାବେ ଚାଲିପାରୁନି। ତେଣୁ ରାଜ୍ୟର ଅନେକ ସମସ୍ୟା ଗୃହରେ ଆଲୋଚନା ହୋଇପାରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Also Read  Air Version Of BrahMos Supersonic Cruise Missile Successfully Test-Fired Off Odisha Coast