ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଶେଷ : ୬୦% ମତଦାନ, ପ୍ରାର୍ଥୀଙ୍କ ମୃତ୍ୟୁ ପାଇଁ ୨୩ ସ୍ଥାନରେ ନିର୍ବାଚନ ରଦ୍ଦ

0
1281

ଭୁବନେଶ୍ୱର : କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ସୁଚାରୁରୂପେ ଶେଷ ହୋଇଛି । ଦିନ ଗୋଟାଏ ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଛି ।

ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ୨୩ଟି ସ୍ଥାନରେ ନିର୍ବାଚନ ରଦ୍ଦ ହୋଇଛି । ଗୋଟିଏ ଜିଲ୍ଲା ପରିଷଦ ଆସନ, ୬ ଟି ସରପଞ୍ଚ, ୩ ସମିତି ସଭ୍ୟ ଓ ୧୩ ଓ୍ବାର୍ଡମେମ୍ବର ନିର୍ବାଚନ ରଦ୍ଦ ହୋଇଛି । କେନ୍ଦୁଝରରେ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଛି । ସେହିଭଳି ନୂଆପଡ଼ା, ଯାଜପୁର, କଟକ ଓ ବାଲେଶ୍ୱରରେ ଗୋଟିଏ ଲେଖାଏଁ ସରପଞ୍ଚ ଓ ବରଗଡ଼ରେ ୨ଟି ସରପଞ୍ଚ ଆସନ ପାଇଁ ନିର୍ବାଚନ ସ୍ଥଗିତ ରହିଛି । ସେହିପରି ଅନୁଗୁଳ ବାଲେଶ୍ବର ଓ ନୂଆପଡ଼ାରେ ଗୋଟିଏ ଲେଖାଏଁ ଆସନରେ ସମିତି ସଭ୍ୟ ନିର୍ବାଚନ ବାତିଲ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ଆଜି ୨ଶହ ଜିଲ୍ଲା ପରିଷଦ ଜୋନ୍ ଓ ୧ ହଜାର ୬ ଶହ ୬୯ ସରପଞ୍ଚ ଓ ସମାନ ସଂଖ୍ୟକ ସମିତି ସଭ୍ୟ ପଦ ପାଇଁ ଭୋଟ୍ ଗ୍ରହଣ ହୋଇଛି। ଭୋଟ୍ ଗ୍ରହଣ ସରିବା ପରେ ବାଲାଟ୍ ବକ୍ସଗୁଡ଼ିକୁ ସିଲ୍ କରାଯାଇଛି । ସେଗୁଡ଼ିକୁ କଡ଼ା ସୁରକ୍ଷା ମଧ୍ୟରେ ବ୍ଲକ୍ ହେଡକ୍ୱାଟର୍ସର ଷ୍ଟ୍ରଙ୍ଗ ରୁମ୍‌କୁ ନିଆଯାଉଛି । ସବୁ ପର୍ଯ୍ୟାୟ ଭୋଟ୍ ସରିଲେ ୨୬ ତାରିଖରୁ ଭୋଟ୍ ଗଣତି ଆରମ୍ଭ ହେବ ।

Also Read  କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ମାମଲା: ମାନସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍

LEAVE A REPLY

Please enter your comment!
Please enter your name here