ପରବର୍ତ୍ତୀ ଆଇ ପି ଏଲ ଖେଳିବା ପାଇଁ କେଉଁ ଅଧିନାୟକ କେତେ କୋଟି ଟଙ୍କା ନେବେ ? ପଢନ୍ତୁ….

0
482
ପରବର୍ତ୍ତୀ ଆଇ ପି ଏଲ ଖେଳିବା ପାଇଁ କେଉଁ ଅଧିନାୟକ କେତେ କୋଟି ଟଙ୍କା ନେବେ ? ପଢନ୍ତୁ....
ପରବର୍ତ୍ତୀ ଆଇ ପି ଏଲ ଖେଳିବା ପାଇଁ କେଉଁ ଅଧିନାୟକ କେତେ କୋଟି ଟଙ୍କା ନେବେ ? ପଢନ୍ତୁ....

ଡ଼ିସେମ୍ବର ୦୧
ଇଣ୍ଡିଆନ୍ ପ୍ରିମିୟର ଲିଗ୍ -୧୫ ପାଇଁ ନିଲାମ ପୂର୍ବରୁ ସମସ୍ତ ଦଳ ତାଙ୍କର କେଉଁ କେଉଁ ଖେଳାଳି ଙ୍କୁ ରଖିବେ ସେ ନେଇ ଘୋଷଣା କରିସାରିଛନ୍ତି I ପ୍ରତ୍ୟେକ ଦଳର କିଛି କିଛି ଖେଳାଳି ଏବେ ମୁକ୍ତ ହେଇଛନ୍ତି ଏବଂ ସେମାନେ ନୂଆ ନିଲାମ ପ୍ରକ୍ରିୟା ରେ ଭାଗ ନେଇପାରିବେ I
ବହୁ ଅଧିକ ଟଙ୍କା ଦେଇ ଦଳ ଗୁଡିକ ସେମାନଙ୍କର ଭଲ ଖେଳାଳି ଙ୍କୁ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି I ଅଧିନାୟକଙ୍କ ତାଲିକାରେ ରୋହିତ ଶର୍ମା ସବୁଠାରୁ ଅଧିକ ଟଙ୍କା ଏବଂ ମହେନ୍ଦ୍ର ସିଂ ଧୋନି ସବୁଠାରୁ କମ ଟଙ୍କା ପାଇବେ I
ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ, ରାଜସ୍ଥାନ ଏବଂ ଦିଲ୍ଲୀ ନିଜ ନିଜ ଅଧିନାୟକଙ୍କୁ ପୁଣି ରଖିବା ନେଇ ନିଷ୍ପତ୍ତି ନେଇଛନ୍ତି I ଏହି ଦଳମାନେ ସର୍ବାଧିକ ଟଙ୍କା ଦେଇ ସେମାନଙ୍କ ଚାମ୍ପିଅନ୍ ଖେଳାଳୀଙ୍କୁ ପୁଣି ଥରେ ରଖିଛନ୍ତି I
16 କୋଟି ଟଙ୍କା ବେତନରେ ରୋହିତ ଶର୍ମାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ରଖିବା ନେଇ ନିଷ୍ପତ୍ତି ନେଇଛି। ଏଥି ସହିତ ଦିଲ୍ଲୀ ଅଧିନାୟକ ପନ୍ତ ମଧ୍ୟ ସମାନ ପରିମାଣ ର ଅର୍ଥ ପାଇବେ। ଏହା ପରେ ସନରାଇଜର୍ସ ହାଇଦ୍ରାବାଦର କେନ୍ ୱିଲିୟମସନଙ୍କ ନାମ ଆସୁଛି | ଏହି ବିଦେଶୀ ଅଧିନାୟକଙ୍କ ପାଇଁ ଦଳ 14 କୋଟି ଟଙ୍କା ଖର୍ଚ୍ଚ କରିବ | ରାଜସ୍ଥାନ ରୟାଲ୍ସ ସେମାନଙ୍କ ଅଧିନାୟକ ସଞ୍ଜୁ ସାମସନଙ୍କୁ ବଜାୟ ରଖିବା ପାଇଁ ସମାନ ଅର୍ଥ ଖର୍ଚ୍ଚ କରିବ | ଚେନ୍ନାଇ ସୁପର କିଙ୍ଗ୍ସର ଧୋନି ଅଧିନାୟକ ତାଲିକାର ତଳେ ଅଛନ୍ତି | ତାଙ୍କୁ 12 କୋଟି ଟଙ୍କା ବେତନରେ ଦଳ ପକ୍ଷରୁ ରଖାଯାଇଛି।
ଚେନ୍ନାଇ ସୁପର କିଙ୍ଗସ ର ରବୀନ୍ଦ୍ର ଜାଡେଜା ସବୁ ଠାରୁ ଦାମୀ ଖେଳାଳି ଭାବରେ ଉଭା ହେଇଛନ୍ତି I ସେ ଗୋଟିଏ ସିଜିନ୍ରୁ ୧୬ କୋଟି ଟଙ୍କା ପାଇବେ I ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ର ବିରାଟ କୋହଲି (15 କୋଟି), ମୁମ୍ବାଇ ଇଣ୍ଡିଆନ୍ସ ର ଜସପ୍ରୀତ ବୁମ୍ରା (12 କୋଟି ), ପଞ୍ଜାବ କିଙ୍ଗ୍ସ ର ମୟଙ୍କ ଅଗ୍ରୱାଲ (12 କୋଟି ), କୋଲକାତା ନାଇଟ୍ ରାଇଡର୍ସ ର ଆଣ୍ଡ୍ରେ ରସେଲ (12 କୋଟି ), ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ର ଗ୍ଲେନ୍ ମ୍ୟାକ୍ସୱେଲ (11 କୋଟି ) ଟଙ୍କା ନେଇ ନିଜ ନିଜ ଦଳ ପାଇଁ ଖେଳିବେ I

Also Read  Rashid dedicates performance to blast victims in Afghanistan

LEAVE A REPLY

Please enter your comment!
Please enter your name here