ଜାନୁଆରୀ ୨୧
ପାକିସ୍ତାନର ୯୦ ଭାଗ ରୁ ଅଧିକ ପ୍ରାଥମିକ ଏବଂ ନିମ୍ନ ମାଧ୍ୟମିକ ଛାତ୍ର ଗଣିତ ଏବଂ ବିଜ୍ଞାନ ରେ ଦୁର୍ବଳ I ଏ କଥା ଗୋଟିଏ ଅଧ୍ୟୟନ ରୁ ଜଣାପଡିଛି I ଅଧ୍ୟୟନ ଟି ଆଗା ଖାନ ବିଶ୍ୱବିଦ୍ୟାଳୟ ର Institute for Educational Development
ପକ୍ଷରୁ କରାଯାଇଥିଲା I
ଦେଶର ୧୫୩ ଟି ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ର ପଞ୍ଚମ, ଷଷ୍ଠ ଏବଂ ଅଷ୍ଟମ ଶ୍ରେଣୀର ପ୍ରାୟ 15,000 ରୁ ଅଧିକ ଛାତ୍ର ଗଣିତ ଏବଂ ବିଜ୍ଞାନରେ ପରୀକ୍ଷା ଦେଇଥିଲେ I ଏହି ପରୀକ୍ଷା ଟିକୁ ପାକିସ୍ତାନର ଉଚ୍ଚଶିକ୍ଷା ଆୟୋଗ ଦ୍ୱାରା ଆର୍ଥିକ ଅନୁଦାନ ଦିଆଯାଇଥିଲା I
ଏହି ପରୀକ୍ଷା ର ପ୍ରଶ୍ନ ସବୁ ପିଲାଙ୍କ ର ପାଠ୍ୟକ୍ରମ କୁ ନେଇ ତିଆରି ହେଇଥିଲା I ଗଣିତ ରେ ହାରାହାରି ସ୍କୋର 100 ରୁ 27 ଥିଲା | ସେହିପରି, ହାରାହାରି ବିଜ୍ଞାନ ସ୍କୋର 100 ରୁ 34 ଥିଲା |
କେବଳ ଗୋଟିଏ ପ୍ରତିଶତ ଛାତ୍ର ଉଭୟ ବିଷୟ ରେ ୮୦ ଭାଗ ରୁ ଅଧିକ ସ୍କୋର କରିଥିଲେ I
ବିଜ୍ଞାନ ରେ ଝିଅମାନେ ପୁଅମାନଙ୍କଠାରୁ ସାମାନ୍ୟ ଉନ୍ନତ ଥିବା ବେଳେ ଗଣିତରେ ଉଭୟ ପୁଅ-ଝିଅ ସମାନ I ଘରୋଇ ବିଦ୍ୟାଳୟ ର ଫଳାଫଳ ସରକାରୀ ବିଦ୍ୟାଳୟ ଠାରୁ ଭଲ I କିନ୍ତୁ, ହାରାହାରି ମାର୍କ ୪୦ ମଧରେ I