ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା

0
293

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା । ପ୍ରଧାନମନ୍ତ୍ରୀ ଚୌକି ରହିବ ନା ଗାଦିଚ୍ୟୁତ ହେବେ ସ୍ପଷ୍ଟ ହେବ । ଶେଷ ବଲ ଯାଏ ଲଢ଼େଇ କରିବାକୁ ଚାହୁଁଥିବା ପୂର୍ବତନ କ୍ରିକେଟରଙ୍କ ଭାଗ୍ୟ ନିର୍ଦ୍ଧାରଣର ଦିନ । ଆଜି ପାକିସ୍ତାନ ପାର୍ଲାମେଣ୍ଟରେ ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ୍ ପଡ଼ିବ ।

ଇମ୍ରାନ୍ ଖାନଙ୍କ ନିଜ ଦଳ ପାକିସ୍ତାନ ତେହରିକ-ଏ-ଇନସାଫର ଅଧିକାଂଶ ସାଂସଦ ବିଦ୍ରୋହ ଘୋଷଣା କରିଛନ୍ତି । ସେହିପରି ପିଟିଆଇର ସହଯୋଗୀ ଜମୁରି ୱାତନ୍ ପାର୍ଟି ମେଣ୍ଟରୁ ଓହରିଯିବା ପରେ ସଂକଟରେ ପଡ଼ିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ସରକାର ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ ଗାଦି ବଞ୍ଚାଇବାକୁ ଭରପୁର ପ୍ରୟାସ ଚଳାଇଛନ୍ତି ଇମ୍ରାନ୍ ଖାନ୍ ।

୩୪୨ ଆସନ ବିଶିଷ୍ଟ ପାକିସ୍ତାନ ସଂସଦରେ ବହୁମତ ସାବ୍ୟସ୍ତ ଲାଗି ଇମ୍ରାନ ଖାନଙ୍କୁ ଦରକାର ୧୭୨ ଭୋଟ୍ । ପ୍ରଧାନମନ୍ତ୍ରୀ ପଦରୁ ତଡ଼ା ଖାଇବା ନିଶ୍ଚିତ ହେବା ପରେ ଇମ୍ରାନ ଖାନ ଏବେ ନୂଆ ଚାଲ ଖେଳିଛନ୍ତି । ସାଧାରଣ ଲୋକଙ୍କୁ ମୋହରା ବନାଇଛନ୍ତି । ଅନାସ୍ଥା ପ୍ରସ୍ତାବକୁ ବିରୋଧ କରି ସାରା ଦେଶରେ ଆନ୍ଦୋଳନ କରିବାକୁ ସେ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ।

Also Read  ଦେଶରେ ଦିନକରେ ୧୫୬ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ : ସଂଖ୍ୟା ୫୭୮ରେ ପହଞ୍ଚିଲା

LEAVE A REPLY

Please enter your comment!
Please enter your name here