ଓଡ଼ିଶାର ଆଉ ଏକ ସ୍କୁଲର ୨୬ ଛାତ୍ରୀ ପଜିଟିଭ

0
382
ଓଡ଼ିଶାର ଆଉ ଏକ ସ୍କୁଲର ୨୬ ଛାତ୍ରୀ ପଜିଟିଭ
ଓଡ଼ିଶାର ଆଉ ଏକ ସ୍କୁଲର ୨୬ ଛାତ୍ରୀ ପଜିଟିଭ

ମୟୂରଭଞ୍ଜ  : ପୁଣି ଥରେ ମୁଣ୍ଡ ଟେକିଲାଣି ମହାମାରୀ କରୋନା । ଗତ କିଛି ଦିନ ହେବ ସ୍କୁଲ, କଲେଜ ଖୋଲି ଯାଇଥିବା ବେଳେ ଛାତ୍ରଛାତ୍ରଙ୍କ ଗହଳି ମଧ୍ୟ ଜମୁଛି। ଏପରି ସ୍ଥିତିରେ ମୁଖ୍ୟତଃ ସ୍କୁଲ କଲେଜରେ ଅଧିକାଂଶ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ଚମକପୁର ଆବାସିକ ଆଦିବାସୀ ବାଳିକା ବିଦ୍ୟାଳୟରେ । ଏବେ ଏହି ବାଳିକା ବିଦ୍ୟାଳୟର ୨୬ ଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି।

ଗତ ଦୁଇ ଦିନ ପୂର୍ବରୁ କିଛି ଛାତ୍ରୀ ଅସୁସ୍ଥତା ଅନୁଭବ କରିବାରୁ ସେମାନଙ୍କର ସ୍ୱାବ ଟେଷ୍ଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ୨୬ ଜଣ ଛାତ୍ରୀଙ୍କର କରୋନା ପଜିଟିଭ ବାହାରି ଥିଲା। ଏହାପରେ ଗତକାଲି ଆଉ ୧୫ଜଣ ଛାତ୍ରୀଙ୍କ ସ୍ୱାବ ପରୀକ୍ଷା ପାଇଁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ଯାଇଛି । ଉକ୍ତ ସ୍କୁଲରେ ୨୫୯ ଜଣ ଛାତ୍ରୀ ରହି ପାଠ ପଢ଼ୁଥିବା ବେଳେ ୨୦ ଜଣ କର୍ମଚାରୀ ମଧ୍ୟ ରହିଛନ୍ତି ।

ଏହି ଖବର ପ୍ରଚାରିତ ହେବା ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ କରଞ୍ଜିଆ ଉପଜିଲ୍ଲାପାଳ ଡକ୍ଟର ରଜନୀକାନ୍ତ ବିଶ୍ୱାଳ, ଠାକୁରମୁଣ୍ଡା ବିଡ଼ିଓ, ତହସିଲଦାର ଏବଂ ଏକ ଡ଼ାକ୍ତରୀ ଟିମ୍‌ ଆଜି ଉକ୍ତ ବିଦ୍ୟାଳୟରେ ପହଞ୍ଚିବେ।

ସମସ୍ତ ଚିହ୍ନଟ ଆକ୍ରାନ୍ତମାନଙ୍କୁ ବିଦ୍ୟାଳୟ ପରିସରରେ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି । ଜଣେ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆକ୍ରାନ୍ତ ଛାତ୍ରୀମାନଙ୍କର ଚିକିତ୍ସା କରାଯିବା ସହ ସେଠାରେ ଏକ ଆମ୍ବୁଲାନ୍ସ ମଧ୍ୟ ଉପସ୍ଥିତ ରହିବ ବୋଲି ଉପଜିଲ୍ଲାପାଳଙ୍କଠାରୁ ସୂଚନା ମିଳିଛି।କରୋନା ପଜିଟିଭ ଚିହ୍ନଟ ହେବା ପରେ ସେଠାରେ ଥିବା ଅନ୍ୟ ଛାତ୍ରୀ ଓ ଅଭିଭାବକମାନେ ଆଶା ଆଶଙ୍କାରେ ଦିନ କାଟୁଛନ୍ତି।

Also Read  NDMA to provide technical aid to cyclone-hit Odisha

LEAVE A REPLY

Please enter your comment!
Please enter your name here