ପୁଣି ରକ୍ତରଂଜିତ ହେଲା ଶୁଲିଆ ଯାତ୍ରା

0
611
ପୁଣି ରକ୍ତରଂଜିତ ହେଲା ଶୁଲିଆ ଯାତ୍ରା

ବଲାଙ୍ଗିର : ପୁଣି ରକ୍ତରଂଜିତ ହେଲା ଶୁଲିଆ ଯାତ୍ରା । ସୁଲିଆ ଯାତ୍ରାରେ ପଡ଼ିଲା ବଳି । ବଲାଙ୍ଗିର ଜିଲ୍ଲା ଦେଓଗାଁରେ ଆୟୋଜିତ ଶୁଲିଆ ଯାତ୍ରାରେ ପଡ଼ିଛି ବଳି ।

ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା ପୁଣି ରକ୍ତରଂଜିତ ହୋଇଛି। ଏଠାରେ ଭୋରରେ କୋଭିଡ୍ କଟକଣା ଭିତରେ ନୀତିକାନ୍ତି ସମାପନ ହୋଇଛି। ଆଦିବାସୀଙ୍କ ସୁଲିଆ ଯାତ୍ରାରେ ଭୋର ସମୟରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ପାଟବୋଦା ଶୋଭାଯାତ୍ରା ଅନୁଷ୍ଠିତ ହେବା ପରେ ଉପରୋକ୍ତ ସ୍ଥାନରେ କୁକୁଡ଼ା ବଳିପଡ଼ିଛି। ତେବେ ଆଜି ଏହି ଉତ୍ସବ ଫିକା ପଡ଼ିଛି।

ଆଦି ସଂସ୍କୃତିର ଆଦି ପରମ୍ପରା ଆଦିବାସୀଙ୍କ ଶୁଲିଆ ଯାତ୍ରା। ଭିନ୍ନ ଏ ଯାତ୍ରାର ନୀତିନିୟମ। ଆଦିବାସୀ ପରମ୍ପରା ଅନୁଯାୟୀ ଏଠି ବଳି ଦେବାର ପ୍ରଥା ଓ ପରମ୍ପରା ରହିଛି। କନ୍ଧ ଆଦିବାସୀଙ୍କ ମତରେ ଶୁଲିଆ ବୁଢ଼ା ଏକ ମାନସିକ ଦିଅଁ। ତେଣୁ ଅନେକ ଲୋକଙ୍କର ମାନସିକ ପୂରଣ ହେଉଥିବାରୁ ଲୋକେ କୁକୁଡ଼ା, ବୋଦା, ମେଣ୍ଢା ଓ ପୋଢ଼ ଭୋଗ ଆକାରରେ ଆଣିଥାନ୍ତି। ଏପରିକି ଜିଲ୍ଲା ବାହାରରୁ ବି ଭକ୍ତଙ୍କ ସୁଅ ଛୁଟିଥାଏ। ହଜାର ହଜାର ପଶୁ ବଳିରେ ରକ୍ତରଂଜିତ ହୋଇଯାଏ ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା। କାହିଁ କେତେ ବର୍ଷରୁ ଚାଲିଆସିଛି ଆଦିବାସୀଙ୍କ ଏ ପ୍ରଥା ଓ ପରମ୍ପରା। ବିଗତ ଦିନରେ ସାଧାରଣ ଲୋକଙ୍କୁ ବଳି ବିରୋଧରେ ସଚେତନ କରିବା ପାଇଁ କିଛି କିଛି ପଦକ୍ଷେପ ନେଉଥିଲା ଜିଲ୍ଲା ପ୍ରଶାସନ। ହେଲେ ଏଥର ଖାମୋସ। କୌଣସି ଗାଁରେ ସଚେତନ କାର୍ଯ୍ୟକ୍ରମ ହୋଇନାହିଁ। ସେପଟେ ରାତିପାହିଲେ ଶୁଲିଆ ଯାତ୍ରା। ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ସୋମବାର ସକାଳୁ ଅସ୍ତ୍ର ପୂଜା ସରିଛି। ମଝି ରାତିରେ ନିଶି ପୂଜା ହୋଇଛି।

Also Read  Odisha CM sanctions Rs 5 lakh for treatment of girl, house for family