ପୁରୀ ଗଜପତିଙ୍କ କନିଷ୍ଠା କନ୍ୟାଙ୍କ ବାହାଘର ଆଜି : କେଉଁଠି ବିବାହ ହେବ ପଢ଼ନ୍ତୁ… ?

0
357

ଭୁବନେଶ୍ୱର : ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅ ବାହାଘର ହେବ ଆଜି । ଗଜପତିଙ୍କ କନିଷ୍ଠା କନ୍ୟା ଦେବେଶୀ ଦେବୀଙ୍କ ସହିତ ହରିୟାଣା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କୁ ବିବାହ କରିବେ । ଏହି ବିବାହ ପାଇଁ ବ୍ୟାପକ ଆୟୋଜନ ହୋଇଛି ।

ଗତକାଲିଠାରୁ ବରପକ୍ଷ ଆସି ପହଞ୍ଚିଛନ୍ତି । ବର୍ଦ୍ଧମାନ ରାଜପରିବାର ସହ ବିଭିନ୍ନ ରାଜ୍ୟର ରାଜ ପରିବାର ସଦସ୍ୟମାନେ ଗତକାଲି ସନ୍ଧ୍ୟାରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । କୋଭିଡ୍ କଟକଣା ମଧ୍ୟରେ ହେଉଛି ଏହି ହାଇପ୍ରୋଫାଇଲ୍ ବିବାହ । ନୀଳଗିରି ରାଜ ପରିବାର ସଦସ୍ୟ ବି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଦୁଇ ଦିନ ତଳୁ ଆରମ୍ଭ ହୋଇଥିବା ଏହି ବିବାହ କାର୍ଯ୍ୟକ୍ରମରେ ନୀଳଗିରି ରାଜ ପରିବାର ସଦସ୍ୟ ଜୋସ୍ନୋ ଦେବୀ ମର୍ଦ୍ଦରାଜ ଯୋଗ ଦେଇଥିଲେ । ଏହି ସମୟର ଭିଡିଓ ସେ ଟ୍ୱିଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି ।

ଗଜପତି ମହାରାଜାଙ୍କ ସଚିବ କହିଛନ୍ତି- ଆଜି ସନ୍ଧ୍ୟା ୭ଟାରେ ରାଜନଅରରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଏହାପରେ ଭୁବନେଶ୍ୱରର ଏକ ତାରକା ହୋଟେଲରେ ବିବାହ ଉତ୍ସବ ଅନୁଷ୍ଠିତ ହେବ ।  ଏଥିସହ ଗତକାଲି ଦିଲ୍ଲୀରୁ ରାଜକୁମାରଙ୍କ ପରିବାର ସମେତ ୬୦-୬୫ ଆସି ପହଞ୍ଚିଛନ୍ତି। ସେମାନେ ସମସ୍ତେ ପ୍ରଭୁଙ୍କ ଦର୍ଶନ କରିଛନ୍ତି।

ବିବାହ ପୂର୍ବରୁ ସମ୍ପନ୍ନ ହୋଇଛି ପାଟ ମୁଦି, ତିଳକ, ମଙ୍ଗଳକୃତ୍ୟ । ଆଜି ରାତିରେ ଦେବେଶୀ ଏବଂ ଆଦିତ୍ୟଙ୍କ ମଧ୍ୟରେ ଭୁବନେଶ୍ୱରର ଏକ ତାରକା ହୋଟେଲ୍‌ରେ ବିବାହ ହେବ । ଆଜି ପୁରୀ ରାଜନଅରରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କୁ ଭୋଜି ପାଇଁ ନିମନ୍ତ୍ରଣ କରାଯାଇଛି । ରାଜନଅରରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।

Also Read  ପୂର୍ବ ୟୁରୋପରେ ନାଟୋ ଅଧିକ ସୈନ୍ୟ ମୁତୟନ କରୁଛି

LEAVE A REPLY

Please enter your comment!
Please enter your name here