ଫେବୃଆରୀ ୨୩
ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ ଡେରା ସଚ୍ଚା ସଉଦI ମୁଖ୍ୟ ଗୁରୁମିତ ରାମ ରହୀମ ସିଂଙ୍କୁ ଜେ-ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି I ବଳାତ୍କାର ଅଭିଯୋଗରେ ସେ ବର୍ତମାନ 20 ବର୍ଷ କାରାଦଣ୍ଡ ରେ ଦଣ୍ଡିତ ହେଇଛନ୍ତି I ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସମୀକ୍ଷା ହେବା ପରେ ତାଙ୍କୁ ଏ ପ୍ରକାର ର ସୁରକ୍ଷା ଯୋଗାଇ ଦିଆଯାଇଛି I
ଡେଲି ସଚ୍ଚା ସଉଦା ମୁଖ୍ୟ ଗୁରୁମିତ ରାମ ରହୀମ ସିଂ ଙ୍କ ଜୀବନ ପ୍ରତି ଖଲିସ୍ତାନ ସମର୍ଥକ ପକ୍ଷରୁ ବିପଦ ଥିବା ଯୋଗୁଁ ଜେଲରୁ ମୁକୁଳିବା ପରେ ତାଙ୍କୁ ଜେ-ପ୍ଲସ ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି।
ସେ କହିଛନ୍ତି ଯେ କୌଣସି ବନ୍ଦୀ କିମ୍ବା ବାହାର ଥିବା ଲୋକଙ୍କୁ ସୁରକ୍ଷା ଯୋଗାଇବା ସରକାରଙ୍କ କର୍ତ୍ତବ୍ୟ। ଗୁରୁମିତ ରାମ ରହୀମ ବାହରେ ଅଛନ୍ତି ଏବଂ କିଛି ଇନପୁଟ ଆଧାରରେ ତାଙ୍କୁ ଜେ-ସୁରକ୍ଷା ଦିଆଯାଇଛି।
ଫେବୃଆରୀ ୭ ରେ ରାମ ରହୀମଙ୍କୁ ରୋହତକଙ୍କ ସୁନାରିଆ ଜେଲରୁ ମୁକ୍ତ କରାଯାଇଥିଲା।
ଦୁଇ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଅଗଷ୍ଟ ୨୦୧୭ ରେ ରାମ ରହୀମଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।
ଅଗଷ୍ଟ ୨୫ , ୨୦୧୭ ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବ ନେଇ ଘୋଷଣା ହେବା ପରେ, ପଞ୍ଚକୁଲା ଏବଂ ସିରସା ଠାରେ ଗଣ୍ଡଗୋଳ ଘଟି ୪୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୬୦ ରୁ ଅଧିକ ଲୋକ ଆହତ ହୋଇଥିଲେ।