ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟ ଗ୍ରହଣ : ରାଜ୍ୟର ୫୯ ଏନଏସି, ୪୭ଟି ମ୍ୟୁନିସିପାଲିଟି ଓ ୩ଟି ମହାନଗର ନିଗମରେ ଭୋଟ

0
346
Counting of votes for Brajarajnagar Assembly Constituency in Jharsuguda district started at Jharsuguda Engineering College from 8 am on Friday

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି । ମକ୍ ପୋଲ୍ ସରିବା ପରେ ମତଦାନ ଆରମ୍ଭ ହୋଇଛି। ଆଜି ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ଏସି ଏବଂ ୩ଟି ମହାନଗର ନିଗମର କାଉନସିଲର/କର୍ପୋରେଟର ଏବଂ ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ଭୋଟ୍ ହେଉଛି । ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ୍ ହେବ ।

ପ୍ରାୟ ୩ ବର୍ଷ ପରେ ସହରାଞ୍ଚଳରେ ୱାର୍ଡ ସ୍ତରୀୟ ଜନପ୍ରତିନିଧି ବଛା ହେଉଥିବାରୁ ସବୁ ସହରାଞ୍ଚଳ ଚଳଚଞ୍ଚଳ ହୋଇଉଠିଛି । ନିର୍ବାଚନ ମଇଦାନରେ ୬୪୧୧ ଜଣ ପ୍ରାର୍ଥୀ ଥିବାବେଳେ ଗୁରୁବାର ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ । ଏଥିପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ହୋଇଛି ।

Also Read  ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ବିହାର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ