ପ୍ରତାପ ଷଡ଼ଙ୍ଗୀଙ୍କୁ ଆବଣ୍ଟିତ ହୋଇଥିବା ସରକାରୀ ଘର ଛାଡିବାକୁ ନୋଟିସ

0
1512

ନୂଆଦିଲ୍ଲୀ: ପୂର୍ବତନ ମନ୍ତ୍ରୀ ତଥା ଏବେର ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ସରକାରୀ ଆବଣ୍ଟିତ କରିଥିବା ଘର ଛାଡିବାକୁ ନୋଟିସ୍ ହୋଇଛି । ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ସରକାରୀ କୋଠା ଆବଣ୍ଟିତ କରିଥିଲେ । ଏବେ କିନ୍ତୁ ବାଲେଶ୍ୱର ସାଂସଦ ମନ୍ତ୍ରୀ ପଦରେ ନଥିବାରୁ ତୁରନ୍ତ ଘର ଛାଡିବାକୁ ନୋଟିସ କରିଛି । ପ୍ରତାପ ଷଡ଼ଙ୍ଗୀ ମୋଦୀଙ୍କ ଦ୍ୱିତୀୟ ପାଳି ସରକାରରେ ଏମଏସଏମଇ, ପଶୁପାଳନ ମନ୍ତ୍ରୀ ଥିଲେ । କିନ୍ତୁ ଗତବର୍ଷ କେନ୍ଦ୍ରମନ୍ତ୍ରିଣ୍ଡଳ ସଂପ୍ରସାରଣ ବେଳେ ପ୍ରତାପ ଷଡ଼ଙ୍ଗୀ ମନ୍ତ୍ରୀ ପଦ ହରାଇଥିଲେ।

ପ୍ରତାପଙ୍କ ସହିତ ଅନେକ ବିଜେପି ସାଂସଦ ଏବଂ ଦିବଂଗତ କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶଓ୍ୱାନଙ୍କ ପରିବାରକୁ ମଧ୍ୟ ଘର ଛାଡିବାକୁ ନୋଟିସ ହୋଇଛି। ପୂର୍ବରୁ ଅନେକ ନୋଟିସ ପରେ ବି ଅନେକ ଘର ଛାଡୁ ନାହାନ୍ତି । ତେଣୁ ସରକାର ଏହି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ଏକ ଟିମ୍ ଗଠନ କରିଛନ୍ତି । ଯେଉଁ ଟିମ୍ ଆବଶ୍ୟକ ପଡିଲେ ଘରୁ ବାହାର କରିଦେବ ।

ରାମବିଳାଶ ପାଶଓ୍ୱାନଙ୍କ ପୁଅ ଚିରାଗ ପାଶଓ୍ୱାନ ଏବେ ବି ତାଙ୍କ ସ୍ୱର୍ଗତ ବାପାଙ୍କୁ ଦିଆଯାଇଥିବା ବଙ୍ଗଳାରେ ରହୁଛନ୍ତି ଏବଂ ତାଙ୍କୁ ଅନେକ ଥର ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ସେ ବଙ୍ଗଳା ଖାଲି କରିନାହାନ୍ତି। ଶେଷରେ ସରକାର ଏକ ଟିମ୍ ପଠାଇଛନ୍ତି ।

କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ଡିରକ୍ଟେରେଟ ଅଫ୍ ଇଷ୍ଟେଟ୍ ଗତବର୍ଷ ଚିରାଗ ପାଶ୍ୱାନଙ୍କୁ ଦିଆଯାଇଥିବା ଉଚ୍ଛେଦ ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଜନପଥ ରୋଡସ୍ଥିତ ବଙ୍ଗଳାକୁ ଅଧିକାରୀଙ୍କ ଏକ ଦଳ ପଠାଇଛି।

ଉଚ୍ଚେଦ ଅଧିକାରୀମାନେ କହିଛନ୍ତି ଯେ ୧୨-ଜନପଥ ବଙ୍ଗଳାଟି କେନ୍ଦ୍ର ମନ୍ତ୍ରୀ ଅଶ୍ୱୀନି ବୈଷ୍ନବଙ୍କୁ ଆଲର୍ଟ କରାଯାଇଛି । ତେଣୁ ଏହି ସରକାରୀ ବାସଭବନରେ ରହୁଥିବା ଲୋକଙ୍କୁ ଖାଲି କରିବାକୁ ହେବ। ଏହି ଘର ଲୋକ ଜନଶକ୍ତି ପାର୍ଟିର ଅଫିସିଆଲ ଠିକଣା ରହିଛି, ଯାହା ଏବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଦେହାନ୍ତ ପରେ ଚିରାଗ ପାଶ୍ୱାନ ଓ ତାଙ୍କ କାକା ପଶୁପତି ପାରସଙ୍କ ମଧ୍ୟରେ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି।

Also Read  ନୂପୁର ଶର୍ମାଙ୍କୁ ହତ୍ୟା ଯୋଜନା ପଣ୍ଡ, ୟୁପିରୁ ଜୈଶ ଆତଙ୍କୀ ଗିରଫ

LEAVE A REPLY

Please enter your comment!
Please enter your name here