ପ୍ରତିଶୋଧ ପାଇଁ ମା’ ପୁଅକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

0
252

ଢେଙ୍କାନାଳ: ଗେଙ୍ଗୁଟିଆ ପଞ୍ଚାୟତ କନ୍ଧପାଳ ଗାଁରେ ଗୁଳିମାଡ଼ ଘଟଣା । ଘଟଣାକୁ ନେଇ ପ୍ରତିଶୋଧ ପରାୟଣ ହୋଇଛନ୍ତି ମୃତକଙ୍କ ପରିବାର । ଗୁଡ଼ିମାଡ଼ରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୁକ୍ତର ସ୍ତ୍ରୀ ଓ ୮ ବର୍ଷର ଶିଶୁକୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଗୋଡ଼ାଇ ଗୋଡ଼ାଇ ମା’ ଓ ଶିଶୁପୁତ୍ରକୁ ମୃତକଙ୍କ ପରିବାର ହାଣିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ପରିବାର ଗାଁ ଛାଡ଼ି ଚାଲିଯାଉଥିବା ସମୟରେ ମୃତକଙ୍କ ପରିବାର ପକ୍ଷରୁ ଆକ୍ରମଣ କରାଯାଇଥିବା କୁହାଯାଇଛି ।

ଆକ୍ରମଣରେ ମା’ ଓ ୩ ବର୍ଷର ଶିଶୁ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଆଜି ସକାଳ ୭ଟା ସମୟରେ ପୂର୍ବ ଶତ୍ରୁତା କାରଣରୁ କନ୍ଧପାଳ ଗାଁରେ ଗୁଳିମାଡ଼ ହୋଇଥିଲା । ଗୁଳିମାଡରେ ୫୬ବର୍ଷିୟ ଦଳେଇ ନାୟକଙ୍କ ମୃତ୍ୟୁ ହୋଇଥିଲା। ଦଳେଇଙ୍କ ଛାତି ଓ ବାମପଟ ହାତରେ ୬ ରୁ ୭ ରାଉଣ୍ଡ ଗୁଳି ବାଜିଥିବା ଅନୁମାନ କରାଯାଉଛି ।

Also Read  ରାଜ୍ୟର ୧୧ ଜିଲ୍ଲାରେ ବଡ଼ ଧରଣର ଜିଏସ୍‌ଟି ରେଡ୍

LEAVE A REPLY

Please enter your comment!
Please enter your name here