ଫେବୃଆରୀ ୧୧
ପ୍ରଥମ ଥର ପାଇଁ ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ପୋଲିସ୍ ଅଧିକାରୀ ନୀଲ ବାସୁ ପରବର୍ତ୍ତୀ ଲଣ୍ଡନ ମହାନଗର ନିଗମ ର ପୋଲିସ୍ କମିଶନର କିମ୍ବା ସ୍କଟଲ୍ୟାଣ୍ଡ୍ ୟାର୍ଡର ପୋଲିସ ବିଭାଗ ମୁଖ୍ୟ ହୋଇପାରନ୍ତି।
ଏ ନେଇ ଟଙ୍କା ନାଁ ଏବେ ଚର୍ଚ୍ଚା ରେ ରହିଛି I ଅତୀତରେ ତାଙ୍କର ସରଳ ବ୍ୟବହାର ଓ କଥାବାର୍ତ୍ତା ଯୋଗୁଁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏବଂ ଗୃହ ସଚିବ ପ୍ରୀତି ପଟେଲ ତାଙ୍କୁ ଭୁଲ ବୁଝିଥିଲେ I ଏବେ କିନ୍ତୁ ଉଭୟ ତାଙ୍କ ସପକ୍ଷ ରେ ମତ ଦେଇଛନ୍ତି I
ଲଣ୍ଡନ ର ପୋଲିସ୍ କମିଶନର ଏହା ଭିତରେ ଇସ୍ତଫା ଦେଇ ସାରିଛନ୍ତି I ଲଣ୍ଡନ ମେୟର ସାଦିକ ଖାନ ଙ୍କ ବିଶ୍ୱାସ ହରାଇବା ପରେ ବ୍ରିଟିଶ ରାଜଧାନୀର ପୋଲିସ କମିଶନର ଇସ୍ତଫା ଦେଇଛନ୍ତି ବୋଲି ଜଣାଯାଏ I
କୋଲକାତାର ଜଣେ ଭାରତୀୟ ଡାକ୍ତର ପିତାଙ୍କ ପୁଅ, ୫୩ ବର୍ଷ ବୟସ୍କ ଅନୀଲ କାଣ୍ଟି ‘ନୀଲ’ ବସୁ, ବର୍ତ୍ତମାନ ସହକାରୀ କମିଶନର ପଦବୀ ରେ ଅଛନ୍ତି ଏବଂ ବ୍ରିଟିଶ ରେ ଜଣେ ପୋଲସ ଅଧିକାରୀ ଭାବରେ ତାଙ୍କର ଖୁବ ସୁନାମ ରହିଛି I ତାଙ୍କ ମା ୱେଲସ ର ଅଧିବାସୀ I
ନଟିଂହାମ ୟୁନିଭରସିଟିରୁ ଅର୍ଥନୀତି ସ୍ନାତକ ହାସଲ କରିବା ପରେ ସେ 1992 ରେ ମେଟ ପୋଲିସରେ ଯୋଗ ଦେଇଥିଲେ I ତାଙ୍କ ର କାର୍ଯ୍ୟଦକ୍ଷତା ପାଇଁ ସେ ପୋଲିସିଂ କଲେଜର ନିର୍ଦ୍ଦେଶକ ହେଇଥିଲେ I ଏହା ପୂର୍ବରୁ ଆତଙ୍କବାଦ ବିରୋଧୀ ଅପରେସନ ର ମୁଖ୍ୟ ଭାବରେ ବହୁ ସୁନାମ ସାଉଁଟିଥିଲେ I
ସମ୍ବାଦ ସଂସ୍ଥା ଦି ଗାର୍ଡିଆନ ପ୍ରକାଶିତ ହେଇଥିବା ଗୋଟିଏ ରିପୋର୍ଟ ଅନୁସାରେ, ସେ ଜଣେ ଖୁବ ଦକ୍ଷ ପୋଲିସ ଅଫିସର ଭାବରେ ଜଣାଯାଆନ୍ତି I ଯଦି ସେ ଲଣ୍ଡନ ମହାନଗର ନିଗମ ର ପୋଲିସ୍ କମିଶନର କିମ୍ବା ସ୍କଟଲ୍ୟାଣ୍ଡ୍ ୟାର୍ଡର ପୋଲିସ ବିଭାଗ ମୁଖ୍ୟ ଭାବରେ ନିଯୁକ୍ତି ପାଆନ୍ତି, ସେ ହେବେ ପ୍ରଥମ ଭାରତୀୟ ଯିଏ ବ୍ରିଟିଶ ରେ ଏତେ ବଡ ଦାୟିତ୍ୱ ପୁର୍ଣ ପଦବୀ ରେ ରହିବେ I
ସମ୍ବାଦପତ୍ର ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ସେ ଅଗଷ୍ଟ ୨୦୧୯ ଗୋଟିଏ ସାକ୍ଷାତକାରରେ ଆତଙ୍କବାଦ ବିରୋଧୀ ମୁଖ୍ୟ ଏହି ପେପର କୁ କହିଥିଲେ- କୌଣସି ଚୁକ୍ତି ନ କରି ବ୍ରେକ୍ସିଟ୍ ରୁ ଦୂରେଇଗଲେ ବ୍ରିଟେନର ସୁରକ୍ଷା ଏବଂ ନିରାପତ୍ତା କ୍ଷତିଗ୍ରସ୍ତ ହେବ। ଏହା ପରେ ବରିସ ଜନସନ ତାଙ୍କୁ ଖରାପ ଭାବିଥିଲେ I

























