ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଦୁବାଇରେ ପାଳିତ ହେଲା ଉତ୍କଳ ଦିବସ

0
256

8ଭୁବନେଶ୍ୱର : ଦୁବାଇରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ଓଡ଼ିଶା ସମାଜ ୟୁଏଇ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଉତ୍ତମ ଚାନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି ଆନୁଷ୍ଠାନିକ ଭାବରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବାର୍ଷିକ ପତ୍ରିକା ଓଡ଼ିଆ ସଂଯୁକ୍ତ ଆରବରୁ ଉନ୍ମୋଚିତ ହୋଇଥିଲା।

ଓଡ଼ିଶାରୁ ନିମନ୍ତ୍ରିତ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ଏବଂ ମାଧବ ଦାସ ଏହି ଉତ୍ସବରେ ଓଡ଼ିଆ ସଙ୍ଗୀତ ପରିବେଷଣ କରିଥିଲେ। ଏହା ସହ ଓଡ଼ିଆ ସମାଜର କୁନି କୁନି ପିଲାମାନଙ୍କ ଦ୍ୱାରା ମାତୃ ବନ୍ଦନା ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଉତ୍ସବରେ ଦୁବାଇରେ ରହୁଥିବା ସମସ୍ତ ଓଡ଼ିଆ ପରିବାର ଯୋଗଦେଇଥିଲେ ଏବଂ ବିଦେଶ ମାଟିରେ ମାତୃଭୂମିର ଉତ୍ସବକୁ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ପାଳନ କରିଥିଲେ।

Also Read  ବିଲ ଭିତରେ ଟ୍ରେନି ଏୟାରକ୍ରାଫ୍ଟର ଏମର୍ଜେନ୍ସିଂ ଲ୍ୟାଣ୍ଡିଂ, ମହିଳା ପାଇଲଟ୍ ଆହତ

LEAVE A REPLY

Please enter your comment!
Please enter your name here