ପ୍ରସିଦ୍ଧ ଗାୟକ ହନି ସିଂହଙ୍କୁ ଅସଦାଚରଣ, ମଝିରେ ବନ୍ଦ ହେଲା ଶୋ’

0
1600

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ଏକ କ୍ଲବରେ ଶୋ’ କରିବାକୁ ଆସିଥିବା ବଲିଉଡର ପ୍ରସିଦ୍ଧ ଗାୟକ ହନି ସିଂହଙ୍କୁ ଅସଦାଚରଣ କରାଯାଇଛି। ତାଙ୍କ ଶୋ’ରେ ପାଞ୍ଚ- ଛଅ ଜଣ ଲୋକ ଜବରଦସ୍ତ ପ୍ରବେଶ କରିଥିଲେ। ସେମାନେ ମଞ୍ଚକୁ ଯାଇ ହନି ସିଂହ ଏବଂ ଆର୍ଟିଷ୍ଟଙ୍କୁ ଧମକ ଦେଇଥିଲେ। ସେମାନେ ବିୟର ବୋତଲ ଦେଖାଇ ଆର୍ଟିଷ୍ଟଙ୍କୁ ଗାଳିଗୁଲଜ କରିବା ସହିତ ଧକ୍କା ମାରିଥିଲେ। ମାମଲା ଗମ୍ଭୀରତା ଦେଖି ହନି ସିଂହଙ୍କୁ ମଝିରେ ଶୋ’ ବନ୍ଦ କରିବାକୁ ପଡିଥିଲା।

ଏହି ମାମଲାରେ ହାଉଜ ଖାସ୍ ପୋଲିସ ଷ୍ଟେସନରେ ଅଭିଯୋଗ କରାଯାଇଛି। ଆକ୍ରମଣ ତଥା ହତ୍ୟା ଧମକ ସମେତ ବିଭିନ୍ନ ବିଭାଗରେ ପୋଲିସ ଏକ ମାମଲା ରୁଜୁ କରିଛି। କୌଣସି ଅଭିଯୁକ୍ତଙ୍କ ନାମ FIR ରେ ଉଲ୍ଲେଖ କରାଯାଇ ନାହିଁ। ପୀଡିତ, ସିସିଟିଭି କ୍ୟାମେରା ଏବଂ ଅନ୍ୟାନ୍ୟ ବୈଷୟିକ ସହାୟତାରେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଏହି ଶୋ’ ସାଉଥ୍ ଏକ୍ସ ପାର୍ଟ ୨ ର ସ୍କୋଲ୍ କ୍ଲବରେ ଚାଲିଥିଲା।

ମାମଲାରେ କୁହାଯାଇଛି ଯେ କ୍ଲବରେ ଚାଲୁଥିବା ଶୋ’ରେ ଏପରି ଘଟଣା ଘଟାଇଥିବା ଲୋକମାନେ କିଏ ଥିଲେ ଜଣା ପଡିନାହିଁ? ସେମାନଙ୍କର ଉଦ୍ଦେଶ୍ୟ କ’ଣ ଥିଲା? କିନ୍ତୁ ଏହି ବିଷୟଟି ଗମ୍ଭୀର ହେବା ଦେଖି ସର୍ବପ୍ରଥମେ ଗାୟକ ହନି ସିଂହ ଏବଂ ଅନ୍ୟ କଳାକାରମାନେ ସେମାନଙ୍କ ଜୀବନର ସୁରକ୍ଷା ବିଷୟରେ ଚିନ୍ତା କରି ସେହି ସ୍ଥାନରୁ ଯିବା ଭଲ ବୋଲି ଭାବିଥିଲେ ।

Also Read  ବଡ଼ ପରଦାରେ, ବଡ଼ ଲଢ଼େଇ: କଶ୍ମୀର ଫାଇଲ୍ସ ବନାମ ଆରଆରଆର