ପ୍ରିକସନ ଡୋଜ ଟିକାକରଣ ଆରମ୍ଭ

0
559
ବିଜୟ ପାଣିଗ୍ରାହୀ
ବିଜୟ ପାଣିଗ୍ରାହୀ

ଭୁବନେଶ୍ବର: ସମଗ୍ର ରାଜ୍ୟରେ ଆଜିଠୁ ପ୍ରିକସନ ଡୋଜ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବରିଷ୍ଠ ନାଗରିକ,ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଦିଆଯାଉଛି ଏହି ଟିକା। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ରାଜ୍ୟରେ ମୋଟ ୧୭ ଲକ୍ଷ ୫୨ ହଜାର ୮୩୮ ଲୋକ ପ୍ରିକସନ ଟିକା ନେବେ। ଯେଉଁମାନଙ୍କର ସେକେଣ୍ଡ ଡୋଜରୁ ୯ ମାସ ବା ୩୯ ସପ୍ତାହ ହୋଇଥିବ, ସେମାନେ ପ୍ରିକସନ ଡୋଜ ପାଇଁ ଯୋଗ୍ୟ ହେବେ। ଜାନୁଆରି ଶେଷ ସୁଦ୍ଧା ୫ ଲକ୍ଷ ୨୫ ହଜାର ୬୦୭ ଲୋକ ପ୍ରିକସନ ଡୋଜ ପାଇଁ ଯୋଗ୍ୟ ହେବେ। ବର୍ତ୍ତମାନ ରାଜ୍ୟର ୩୬୧୬ ସେସନ ସାଇଟରେ ଟିକାକରଣ ଚାଲିଛି।

ସେଥିମଧ୍ୟରୁ ୧୩୪୦ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ରରେ ୧୫ରୁ ୧୮ ବର୍ଷର କିଶୋରଙ୍କ ଟିକାକରଣ ଚାଲିଛି। ପ୍ରିକସନ ଡୋଜ ନେବା ପାଇଁ ନୂଆ ପଞ୍ଜିକରଣ କରିବାର ଆବଶ୍ୟକତା ନାହିଁ। କେବଳ ସ୍ଲଟ ବୁକିଂ କରିବାର ଆବଶ୍ୟକ ରହିଛି। ସ୍ଲଟ ବୁକିଂ ପାଇଁ ଉଭୟ ଅନ ଲାଇନ ଓ ଅଫ ଲାଇନ ବ୍ୟବସ୍ଥା ରହିଛି। ଯିଏ ଯେଉଁ ଟିକା ନେଇଥିଲେ ସେମାନେ ସେହି ଟିକା ନେବେ। ସବୁ ସେସନ ସାଇଟରେ ୨୦ ପ୍ରତିଶତ କ୍ଷମତା ବୃଦ୍ଧି କରାଯାଇଛି।

Also Read  CM Majhi Gets Singapore Interested in Odisha