ଫେବ୍ରୁଆରିରେ ଖୋଲିପାରେ ଶ୍ରୀମନ୍ଦିର : ସେବାୟତଙ୍କୁ ଦିଆଯିବ ବୁଷ୍ଟର୍‌ ଡୋଜ୍‌

0
254
ଶ୍ରୀଜଗନ୍ନାଥ ମନ୍ଦିର
ଶ୍ରୀଜଗନ୍ନାଥ ମନ୍ଦିର

ପୁରୀ : ଫେବ୍ରୁଆରିରୁ ଖୋଲିପାରେ ଶ୍ରୀମନ୍ଦିର। ଶ୍ରୀକ୍ଷେତ୍ର ସହ ପୁରୀ ଜିଲ୍ଲାରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା କମିବା ପରେ ଏଭଳି ଆଶାପୋଷଣ କରିଛନ୍ତି ଶ୍ରୀମନ୍ଦିର ସେବାୟତ। ତେବେ ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ଜାନୁଆରି ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦର୍ଶନ ବନ୍ଦ କଟକଣା ବଳବତ୍ତର ରହିଥିବାରୁ ଏହା ପୂର୍ବରୁ ସଂକ୍ରମଣ ସ୍ଥିତିକୁ ଦେଖି ଶ୍ରୀମନ୍ଦିର ଖୋଲିବ କି ‌ଖୋଲିବନି ଛତିଶାନିଯୋଗ ନିଷ୍ପତ୍ତି ନେବ। ଅନ୍ୟପଟେ ସେବାୟତ ସଂକ୍ରମଣ ରୋକିବା ପାଇଁ କୋଭିଡ୍‌ ଟିକାର ସମୟ ଅବଧି ପୂରଣ କରି ସାରିଥିବା ଶ୍ରୀମନ୍ଦିର ସେବାୟତଙ୍କୁ ବୁଷ୍ଟର୍‌ ଡୋଜ୍‌ ଦେବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ୬୦ ବର୍ଷର ସେବାୟତଙ୍କୁ ଏହି ବୁଷ୍ଟର୍‌ ଡୋଜ୍‌ ଦିଆଯାଉଛି।

ମାସକ ତଳେ ଶ୍ରୀକ୍ଷେତ୍ର ସହ ପୁରୀ ଜିଲ୍ଲାର ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିଲା। ଶ୍ରୀମନ୍ଦିର କାର୍ଯ୍ୟାଳୟର ବହୁ ଅଧିକାରୀ, କର୍ମଚାରୀଙ୍କ ସହ ସେବାୟତ ବି ସଂକ୍ରମିତ ହୋଇଥିଲେ। ମହାପ୍ରଭୁଙ୍କ ନୀତିକାନ୍ତି ବି ପ୍ରଭାବିତ ହେବା ଆଶଙ୍କା ରହିଥିଲା। ଏହି ଦୃଷ୍ଟିରୁ ଛତିଶାନିଯୋଗ ନିଷ୍ପତ୍ତିକ୍ରମେ ଶ୍ରୀମନ୍ଦିର ପ୍ରଶାସନ ମାସକ ପାଇଁ ଶ୍ରୀମନ୍ଦିର ବନ୍ଦ ଘୋଷଣା କରିଥିଲା। ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶରେ ରୋକ୍‌ ଲଗାଯାଇଥିଲା। କେବଳ ନୀତିକାନ୍ତି ସ୍ବାଭାବିକ ଚାଲିବ ବୋଲି ଘୋଷଣା କରାଯାଇଥିଲା। ଜାନୁଆରି ୩୧ ପୂର୍ବରୁ ‌ଶ୍ରୀମନ୍ଦିର ପ୍ରଶାସନ ବୈଠକ ଡାକି ମନ୍ଦିର ଖୋଲିବା ଉପରେ ପୁନର୍ବାର ନିଷ୍ପତ୍ତି ନେବ ବୋଲି ଘୋଷଣା କରିଥିଲା। ଏ ଭିତରେ ସଂକ୍ରମଣ ସେତେ କମି ନଥିଲେ ବି ସ୍ଥିତି କିଛିଟା ନିୟନ୍ତ୍ରଣରେ ରହିଛି। ଏହି ଦୃଷ୍ଟିରୁ ଫେବ୍ରୁଆରିରୁ ଶ୍ରୀମନ୍ଦିର ଖୋଲିପାରେ ବୋଲି ସେବାୟତ ମହଲ ମତ ଦେଇଛନ୍ତି। ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଛତିଶାନିଯୋଗ ବୈଠକ କେବେ ହେବ, ସେ ନିଷ୍ପତ୍ତି ନିଆଯାଇନି। ଛତିଶାନିଯୋଗ ବୈଠକରେ ହିଁ ଶ୍ରୀମନ୍ଦିର ଖୋଲିବ କି ଖୋଲିବନି, ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

Also Read  ଧରାପଡ଼ିଗଲେ ରସିକିଆ ଟ୍ୟୁସନ୍‌ ସାର୍‌ : ୨ଛାତ୍ରୀ ମଧ୍ୟ ଉଦ୍ଧାର

LEAVE A REPLY

Please enter your comment!
Please enter your name here