ବଟି ମାଗି ଧରା ପଡ଼ିଲେ ମହିଳା ସାମ୍ୱାଦିକ !

0
703
ମହିଳା ସାମ୍ବାଦିକ ମାମୁନି ଚକ୍ରବର୍ତ୍ତୀ
ମହିଳା ସାମ୍ବାଦିକ ମାମୁନି ଚକ୍ରବର୍ତ୍ତୀ

ଉମରକୋଟ : ବଟି ମାଗି ଧରାପଡ଼ିଲେ ମହିଳା ସାମ୍ୱାଦିକ। ଏପରି ଖବର ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଉକ୍ତ ମହିଳା ସାମ୍ୱାଦିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏକ ୱେବ୍‌ ଚ୍ୟାନେଲ୍‌ ସହିତ ଏକ ଦୈନିକ  ଖବର କାଗଜର ରାଇଘର ବ୍ଲକ୍‌ ପ୍ରତିନିଧି ଭାବେ କାର୍ଯ୍ୟରତ ଅଛନ୍ତି ମହିଳା ସାମ୍ବାଦିକ ମାମୁନି ଚକ୍ରବର୍ତ୍ତୀ। ସେ କୁଆଡ଼େ ହଳଦୀ ପଞ୍ଚାୟତ ବିଜଲିପାରା ଗ୍ରାମରେ ନିର୍ମିତ ପ୍ରଧାନମନ୍ତ୍ରୀ ଆବାସ ଗୃହର ଠିକାଦାର ଗୋନା ଗାଁର ଜଗନ୍ନାଥ ନାୟକଙ୍କ ପତ୍ନୀ ସୁମୀତ୍ରାଙ୍କୁ ଫୋନ୍‌ କରି ୧୦ ହଜାର ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ତାଙ୍କ ସ୍ୱାମୀଙ୍କ ନାଁରେ ବିଭିନ୍ନ ପ୍ରକାର ଖବର ପରିବେଷଣ କରିବେ ବୋଲି ମହିଳା ସାମ୍ୱାଦିକ ଧମକ ଚମକ ଦେଉଥିଲେ। ଏପରି ଧମକ ସେ କୁଆଡ଼େ ବାରମ୍ୱାର ଦେଉଥିଲେ। ଠିକାଦାରଙ୍କ ପକ୍ଷରୁ ଏନେଇ ରାଇଘର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପୁଲିସର କହିବା ଅନୁସାରେ ମାମୁନି ଚକ୍ରବର୍ତ୍ତୀଙ୍କ ନାଁରେ ପୂର୍ବରୁ ଅଭିଯୋଗ ରହିଥିଲା। ବ୍ଲକର ବହୁ ସରକାରୀ କର୍ମଚାରୀ, ଠିକାଦାର ଓ ବ୍ୟବସାୟୀଙ୍କୁ ସେ ଧମକ ଦେଇ ବଟି ଆଦାୟ କରୁଥିବା ଖବର ଅଭିଯୋଗ ହେଉଥିଲା। ମାତ୍ର ପୁଲିସ ପ୍ରମାଣ ଅଭାବରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ଆଜି ଏନେଇ ଅଭିଯୋଗ ହେବା ପରେ ପୁଲିସ ସାମ୍ୱାଦିକା ମାମୁନୀ ଚକ୍ରବର୍ତ୍ତୀକୁ ଗିରଫ କୋର୍ଟ ଚାଲାଣ କରିଛି।

Also Read  Youth arrested for defaming girl in social media