ବଦଳିପାରେ ପ୍ରାଥମିକ ସ୍କୁଲ୍ ଖୋଲିବା ନିଷ୍ପତ୍ତି

0
635
little change in morning-school-time-teble in odisha

ଭୁବନେଶ୍ୱର : ଜାନୁଆରୀ ୩ ତାରିଖରୁ ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍‌ ଖୋଲିବାକୁ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି କରାଯାଇଥିଲା। କିନ୍ତୁ ଆଜି ଡିଏମ୍‌ଇଟି ରମାରମଣ ମହାନ୍ତି କହିଛନ୍ତି ଯେ ହୁଏତ ସରକାରଙ୍କ ଏହି ନିଷ୍ପତ୍ତି ବଦଳିପାରେ।

ସେ କହିଛନ୍ତି, ପୂର୍ବସ୍ଥିତିକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଥାଇପାରନ୍ତି । ସେତେବେଳେ ଦୈନିକ ସଂକ୍ରମଣ ସଂଖ୍ୟାରୁ ଶହେରୁ ଦେଢ଼ଶହ ଭିତରେ ସୀମିତ ରହୁଥିଲା। ସେହିପରି ଓମିକ୍ରନ ଭୟ ମଧ୍ୟ ରାଜ୍ୟକୁ ନଥିଲା। କିନ୍ତୁ ଏଇ ସାତ ଆଠ ଦିନ ହେବ ସ୍ଥିତି ବଦଳି ଯାଇଛି। ଦେଶରେ ୨୧ଟି ଜିଲ୍ଲାରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି। ଦିନକୁ ଦିନ ଏହି ସଂଖ୍ୟା ବଢୁଛି। ଆମ ରାଜ୍ୟରେ ମଧ୍ୟ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ହୋଇପାରେ ରାଜ୍ୟ ସରକାର ପ୍ରାଥମିକ ସ୍କୁଲ୍‌ ଖୋଲିବାକୁ ନେଇଥିବା ନିଷ୍ପତ୍ତି ବଦଳାଇପାରନ୍ତି। ସରକାର ଏନେଇ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ବୋଲି ଡିଏମ୍‌ଇଟି କହିଛନ୍ତି।

ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାନୁଆରୀ ୩ରୁ ପ୍ରାଥମିକ ସ୍କୁଲ ଖୋଲିବା ପାଇଁ କୁହାଯାଇଥିଲା। ଏଥିପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯାଇଥିଲା। ସ୍କୁଲ ଖୋଲିଲେ ମଧ୍ୟ ଅନ୍‌ଲାଇନ୍‌ କ୍ଲାସ୍‌ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯେଉଁ ପିଲାମାନେ ଅନ୍‌ଲାଇନ୍‌ କ୍ଲାସ କରିବାକୁ ଚାହିଁବେ, ସେମାନେ କରିପାରିବେ ବୋଲି କୁହାଯାଇଥିଲା। ଏହା ସହିତ ଅଭିଭାବକଙ୍କ ସମ୍ମତି ଆଣି ପିଲାମାନେ ସ୍କୁଲ ଆସିପାରିବେ ବୋଲି କୁହାଯାଇଥିଲା।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପୁଣି ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି।

Also Read  High drama by Opposition outside Odisha Assembly