ବିଜେପି : ବଦଳିବନି ଗୋଆ, ମଣିପୁରର ମୁଖ୍ୟମନ୍ତ୍ରୀ ପଦ

0
857

ନୂଆଦିଲ୍ଲୀ : ପ୍ରମୋଦ ସାଓ୍ବନ୍ତ ଓ ଏନ.ବୀରେନ ସିଂ ଯଥାକ୍ରମେ ଗୋଆ ଓ ମଣିପୁରର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଛନ୍ତି । ଏ ନେଇ ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ପକ୍ଷରୁ ସବୁଜ ସଂକେତ ମିଳିଛି । ଆଜି ଉଭୟ ନେତା ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଲଗା ଅଲଗାଭାବେ ଭେଟିଥିଲେ ।

ନିକଟରେ ଶେଷ ହୋଇଥିବା ୫ ରାଜ୍ୟ ମଧ୍ୟରୁ ୪ଟି ରାଜ୍ୟରେ ବିଜେପି ବିଜୟ ଲାଭ କରିଛି । ସେସବୁ ରାଜ୍ୟ ହେଉଛି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆ । ଉତ୍ତରପ୍ରଦେଶରେ ବିଜେପି ୨୫୫ଟି ଆସନ, ସହଯୋଗୀ ଦଳ ଅପନା ଦଳ ୧୨ ଓ ନିଷାଦ ପାର୍ଟି ୬ଟି ଆସନ ଜିତିଥିଲେ । ଅନ୍ୟପକ୍ଷରେ ବିଜେପି ଉତ୍ତରାଖଣ୍ଡରେ ୪୭ଟି, ମଣିପୁରରେ ୩୨ଟି, ଗୋଆରେ ୨୦ଟି ଆସନ ଜିତିଥିଲା । ତେବେ ପଂଜାବରେ ବିଜେପି ମାତ୍ର ୨ଟି ଆସନ ପାଇଥିଲା ।

ଗୋଆରେ ବିଜେପି କ୍ରମାଗତ ୩ୟ ଥର ପାଇଁ କ୍ଷମତାସୀନ ହୋଇଛି । ତେବେ ଗତ କିଛି ଦିନ ହେଲା ରାଜ୍ୟର ମୁଖ୍ୟମନ୍ତ୍ରୀ ପଦକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା । ନବ ନିର୍ବାଚିତ ବିଜେପି ବିଧାୟକ ବିଶ୍ବଜିତ ରାଣେ ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି କେତେକ ମହଲରେ ଆଲୋଚନା ଜୋର ଧରିଥିଲା । ସେ ମଧ୍ୟ ରାଜ୍ୟପାଳଙ୍କୁ ଭେଟିବା ପରେ ଏହି ଆଲୋଚନା ଆହୁରି ଜୋର ଧରିଥିଲା । କିନ୍ତୁ ଆଜି ଜଳ ପକ୍ଷରୁ ପ୍ରମୋଦଙ୍କ ନାମରେ ମୋହର ଲାଗିଥିଲା । ଅନ୍ୟପକ୍ଷରେ ଏନ.ବୀରେନ ସିଂ ମଣିପୁରର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ବୋଲି ପୂର୍ବରୁ ହିଁ ଏକରକମ ସ୍ପଷ୍ଟ ହୋଇଯାଇଥିଲା ।

Also Read  ନୂଆ ସଂସଦ ଭବନର ସୁଉଚ୍ଚ ଅଶୋକ ସ୍ତମ୍ଭକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦୀ

LEAVE A REPLY

Please enter your comment!
Please enter your name here