ବନ୍ଧା ହେବେ ଶିଳ୍ପା ଶେଟ୍ଟୀଙ୍କ ମା’! ୱାରେଣ୍ଟ ଜାରି

0
974

ମୁମ୍ବାଇ: ପୁଣି ବଢ଼ିଲା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ପରିବାରର ଅଡୁଆ। ବନ୍ଧା ହେବେ ଶିଳ୍ପାଙ୍କ ମା’ ସୁନନ୍ଦା। ତାଙ୍କ ବିରୋଧରେ ଏକ ଅଦାଲତା ମଙ୍ଗଳବାର ୱାରେଣ୍ଟ ଜାରି କରିଛନ୍ତି। ତାଙ୍କ ବିରୋଧରେ କଥିତ ରୂପେ ଠକେଇ କରିଥିବା ଅଭିଯୋଗ ରହିଛି। ସୂଚନା ମୁତାବକ, ଶିଳ୍ପାଙ୍କ ମା’ ସୁନନ୍ଦାଙ୍କ ବିରୋଧରେ ୨୧ ଲକ୍ଷ ଟଙ୍କାର ଋଣ ପରିଷୋଧ କରିନଥିବା ଅଭିଯୋଗ ରହିଛି। ଏହି ଠକେଇ ମାମଲାରେ ପୂର୍ବରୁ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ଆର୍‌ ଆର୍‌ ଖାନ୍‌ ଶିଳ୍ପା, ତାଙ୍କ ମା’ ସୁନନ୍ଦା ଓ ଭଉଣୀ ଶମିତାଙ୍କୁ ସମନ ଜାରି କରିଥିଲେ। ତେବେ ଏହି ସମନକୁ ଚ୍ୟାଲେଞ୍ଜ କରି ଶେଟ୍ଟୀ ପରିବାର ସ୍ୱତନ୍ତ୍ର କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାରେ ସୋମବାର ସ୍ୱତନ୍ତ୍ର କୋର୍ଟ ଶିଳ୍ପା ଏବଂ ଶମିତାଙ୍କ ବିରୋଧରେ ଜାରି ହୋଇଥିବା ସମନ ଉପରେ ରୋକ୍‌ ଲଗାଇ ଦେଇଛନ୍ତି। କିନ୍ତୁ ତାଙ୍କ ମା’ଙ୍କୁ ଅଶ୍ୱସ୍ତି ଦେଇନାହାନ୍ତି।

Also Read  ମନ୍ତ୍ରୀ ଅଜୟ ମିଶ୍ର ଅପରାଧୀ କହି ସଂସଦରେ ରାହୁଲ୍‌ଙ୍କ ପ୍ରତିବାଦ