ଗିରଫ ହେଲେ କୋଟିପତି ଯନ୍ତ୍ରୀ : ୨.୭୦କୋଟି ଆୟବହିର୍ଭୂତ ସମ୍ପତ୍ତି ଠାବ

0
676
୨.୭୦କୋଟି ଆୟବହିର୍ଭୂତ ସମ୍ପତ୍ତି ଠାବ
୨.୭୦କୋଟି ଆୟବହିର୍ଭୂତ ସମ୍ପତ୍ତି ଠାବ

ଭୁବନେଶ୍ବର: ନୟାଗଡ଼ ଜିଲ୍ଲାର ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରୁଷିନାଥ ବରାଳଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉରେ ମିଳିଥିବା ଆୟବହିର୍ଭୂତ ସଂପତ୍ତିର ତାଲିକା ଦେଇଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୨ କୋଟି ୭୦ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାଯାଇଛି। ଏତଦବ୍ୟତୀତ ଘର ଖୋଜାଖୋଜି ସମୟରେ ୩୫ ହଜାର ମୂଲ୍ୟର ବିମୁଦ୍ରୀକରଣ ମୁଦ୍ରା (୫୦୦ ଟଙ୍କିଆ ନୋଟ୍) ଜବତ କରାଯାଇଥିଲା। ଏନେଇ ଅଧିକ ତଦନ୍ତ ଜାରି ରହିଛି।

ଭିଜିଲାନ୍ସ ବିଭାଗର ସୂଚନା ଅନୁଯାୟୀ, ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରୁଷିନାଥ ବରାଳଙ୍କୁ ଗିରଫ କରାଯାଇ ଆଜି କୋର୍ଟଚାଲାଣ କରାଯାଇଛି। ନୟାଗଡ଼, ଖୋର୍ଦ୍ଧା ଏବଂ ଢେଙ୍କାନାଳ ଜିଲ୍ଲାର ୪ ଟି ସ୍ଥାନରେ ଗତକାଲି ୪ଟି ଟିମ୍ ଏକକାଳୀନ ଭିଜିଲାନ୍ସ କରାଯାଇଥିଲା। ୪ ଜଣ ଡିଏସପି, ୮ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ାଉ ଚାଲିଥିଲା। ଗତକାଲି ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା, ଗୋଟିଏ ୪ ଚକିଆ ଗାଡ଼ି ଓ ଗୋଟିଏ ଦୁଇ ଚକିଆ ଗାଡ଼ି ଜବତ ହୋଇଥିଲା।

Also Read  ରାଜ୍ୟରେ ପୁଣି ଚିହ୍ନଟ ହେଲେ ଓମିକ୍ରନ ଆକ୍ରାନ୍ତ : ୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା