ବର୍ଷା ପରେ ପୁଣି ଲେଉଟିବ ଶୀତ : ରାଜ୍ୟରେ ୩୦ ଯାଏ ସ୍ୱଳ୍ପରୁ ମଧ୍ୟମ ବର୍ଷା

0
473
ବର୍ଷା ପରେ ପୁଣି ଲେଉଟିବ ଶୀତ
ବର୍ଷା ପରେ ପୁଣି ଲେଉଟିବ ଶୀତ

*  ଚାରିଦିନ କମିବ ଶୀତର ପ୍ରକୋପ
*  ଜିଲ୍ଲାରେ ଘନକୁହୁଡ଼ି ପାଇଁ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା କିଛି ଦିନ ଶୀତର ପ୍ରକୋପ କମିବ । କିଛି ଜିଲ୍ଲାରେ ବର୍ଷା ଯୋଗୁରାତିର ତାପମାତ୍ରା ବଢ଼ିବ । ଆସନ୍ତା ୩୦ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବର୍ଷା ଛାଡ଼ିବା ପରେ ପୁଣି ରାଜ୍ୟକୁ ଲେଉଟିବ ଶୀତ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ।

ପାଣିପାଗ ବିଜ୍ଞାନୀ ଉମା ଶଙ୍କର ଦାଶ କହିଛନ୍ତି ଯେ, ଆସନ୍ତା ୨୪ ଘଣ୍ଟାରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାର ବହୁ ସ୍ଥାନରେ ବର୍ଷା ହୋଇପାରେ । ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱରଜିଲ୍ଲାର ସ୍ଥାନେ ସ୍ଥାନେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ପରବର୍ତ୍ତୀ ୪୮ ଘଣ୍ଟାରେ ରାଜ୍ୟର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ,ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର,ଭଦ୍ରକ,କେନ୍ଦ୍ରାପଡ଼ା, କଟକ ଅ।ଦି ଜିଲ୍ଲାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ । ୩୧ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବ ଓ ରାଜ୍ୟ ଅଧିକାଂଶ ଅ ଳରେ ପାଗ ଶୁଖିଲା ରହିବ ।

ଅନ୍ୟପକ୍ଷରେ ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯାଇପାରେ । ଏସବୁ ଜିଲ୍ଲା ମଧ୍ୟରେ ରହିଛି ମାଲକାନଗିରି, କନ୍ଧମାଳ, କଳାହାଣ୍ଡି,ବଲାଙ୍ଗୀର, ଗଜପତି, କୋରାପୁଟ ଓ ଗଞ୍ଜାମ । ସେହିପରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇପାରେ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ ଦୁଇଦିନ ହେଲା ଘନ କୁହୁଡ଼ି ଦେଖାଦେଇଛି । ଏହା ଯୋଗୁଁ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି ।

Also Read  ଗାଁରେ ବୁଲୁଛି ଶିଆଳ : ଗୋଡ଼େଇ ଗୋଡ଼େଇ କାମୁଡୁଛି, କେଉଁଠି ଜାଣନ୍ତୁ .....?

LEAVE A REPLY

Please enter your comment!
Please enter your name here