ବାପାଙ୍କ ସମ୍ପତ୍ତିରେ ଝିଅର ରହିଛି ସମାନ ଅଧିକାର

0
288

ନୂଆଦିଲ୍ଲୀ: ପୈତୃକ ସମ୍ପତ୍ତି ଉପରେ ଝିଅଙ୍କ ରହିଛି ସମାନ ଅଧିକାର। ସୁପ୍ରିମକୋର୍ଟ ଦେଇଥିବା ନିଜ ପୂର୍ବ ରାୟକୁ ଆଜି ପୁଣି ଥରେ ଦୋହରାଇଛନ୍ତି। ହିନ୍ଦୁ ପର୍ସନାଲ ଲ’ ଓ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମରେ ଏହା ଲାଗୁ ହେବ। ପୈତୃକ ସମ୍ପତ୍ତି ବିଭାଜନ ପରେ ଝିଅଙ୍କୁ ବି ମିଳିବ ସମାନ ଅଧିକାର।

ପୈତୃକ ସମ୍ପତ୍ତି ଉପରେ ଝିଅର ରହିଛି ଜନ୍ମଗତ ଅଧିକାର। ଯଦି, ବାପାଙ୍କ ମୃତ୍ୟୁ ୧୯୫୬ ପୂର୍ବରୁ ହୋଇଥିଲେ ବି ଏହି ନିୟମ କାର୍ଯ୍ୟକାରୀ ହେବ।  ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏସ୍ ଅବଦ୍ଦୁଲ ନାଜିର ଓ ଜଷ୍ଟିସ୍ କ୍ରିଷ୍ଣା ମୂରାରୀଙ୍କ ଅଧ୍ୟକ୍ଷତାରେ ଶୁଣାଣି ହୋଇଥିଲା। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି କି, ଝିଅଙ୍କୁ ପୈତୃକ ସମ୍ପତ୍ତି ଦେବାରେ କେହି ବି ଅବରୋଧ କରିପାରିବେନି।

ପୂର୍ବର ଏକ ମାମଲାର ଉଦାହରଣ ଦେଇ କୋର୍ଟ କହିଛନ୍ତି କି, ପୈତୃକ ସମ୍ପତ୍ତି ଉପରେ ସମସ୍ତ ସନ୍ତାନଙ୍କ ସମାନ ଅଧିକାର ରହିଛି। ଯଦି, ଏହା ନମିଳେ ତେବେ ଝିଅମାନେ ଏଥିପ୍ରତି ଦାବି କରିପାରିବେ। ପୂର୍ବରୁ ୨୦୧୮ ମସିହାରେ ଏ ସଂକ୍ରାନ୍ତରେ ରାୟ ଶୁଣାଇ ଝିଅ ଓ ପୁଅକୁ ସମାନ ଅଧିକାର ମିଳିବ ବୋଲି କୋର୍ଟ କହିଥିଲେ।

Also Read  ବିଏମସିର ୱାର୍ଡ ସଂଖ୍ୟା ବଢ଼ିବନି : ସାମିଲ ହେଲା କେଉଁ ୬ଟି ପଞ୍ଚାୟତ ? ପଢ଼ନ୍ତୁ.....

LEAVE A REPLY

Please enter your comment!
Please enter your name here