ବାଲେଶ୍ୱର: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ – ଡିଆରଡିଓ ପକ୍ଷରୁ ଆଜି ଓଡିଶା ଉପକୂଳ ଅବଦୁଲ କାଲାମ ଦ୍ୱୀପ ୪ ନମ୍ବର ଲଞ୍ଚ ପ୍ୟାଡ଼ରୁ ଆଜି ପ୍ରଳୟ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି | ଆଜି ସକାଳ ୧୦.୨୦ ମିନିଟ ସମୟରେ ଏହାର ପରୀକ୍ଷଣ କରାଯାଇଥିଲା | ଯାହା ସମ୍ପୂର୍ଣ୍ଣ ସଫଳ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି | ଭାରତର ପ୍ରତିରକ୍ଷା ବିଭାଗ ବିକଶିତ ଯୁଦ୍ଧକ୍ଷେତ୍ର ବ୍ୟବହାର ପାଇଁ ପ୍ରଳୟ ହେଉଛି ଏକ କଠିନ-ଇନ୍ଧନ ଭୂପୃଷ୍ଠରୁ ସର୍ଟ-ରେଞ୍ଜ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର |
ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟି । ପରୀକ୍ଷଣ ହେଲା ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର ‘ପ୍ରଳୟ’ । ପ୍ରଳୟର ଲକ୍ଷ୍ୟଭେଦ କ୍ଷମତା ରହିଛି ୫୦୦ କିଲୋମିଟର । ଏହାକୁ କଣ୍ଟ୍ରୋଲ ରୁମରୁ ବି ଗାଇଡ କରାଯାଇପାରିବ । ପ୍ରଳୟ ମିସାଇଲରେ ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।
ସମ୍ପୁର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବାଲିଷ୍ଟିକ୍ ମିସାଇଲ ପ୍ରଳୟର ଓଜନ ୫ଟନ୍ ଓ ଏହା ଟାର୍ଗେଟ୍କୁ ୧୦ ମିଟର ପରିଧି ମଧ୍ୟରେ ହିଟ୍ କରିପାରିବାର କ୍ଷମତା ରଖିଛି । ସଲିଡ ଫୁଏଲ ଜରିଆରେ ଉତକ୍ଷେପିତ ହୋଇପାରୁଥିବା ଏହି କ୍ଷେପଣାସ୍ତ୍ରକୁ ବିକଶିତ କରିଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ବା ଡିଆରଡିଓ । ଭାରତୀୟ ବାଲିଷ୍ଟିକ ମିସାଇଲ ପ୍ରତିରକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ପୃଥ୍ବୀ ଡିଫେନ୍ସ ଭେଇକଲର ପ୍ରଯୁକ୍ତି ଅନୁସାରେ ଏହି କ୍ଷେପଣାସ୍ତ୍ର ନିର୍ମିତ ହୋଇଛି ।