ବାଲୁଖଣ୍ଡ ଅଭୟାରଣ୍ୟରେ ଅଗ୍ନିକାଣ୍ଡ ଘଟଣା : ଆୟତ୍ତକୁ ଆସିଲା ନିଆଁ

0
555

ପୁରୀ: ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ଏବେ ଆୟତ୍ତ କରାଯାଇଛି । ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭର ପାର୍ଶ୍ବରେ ଅବସ୍ଥିତ ଏହି ଅଭୟାରଣ୍ୟରେ ବେଲଦଳ ଗ୍ରାମ ନିକଟରେ ନିଆଁ ଲାଗିଥିଲା ।

ସୂଚନା ଅନୁସାରେ, ଗତକାଲି ଜାନୁଆରି ୨୬ ଛୁଟି ଥିବାରୁ ସକାଳେ କିଛି ଯୁବକ ସେଠାରେ ଭୋଜି କରୁଥିଲେ । ଏହା ପରେ ସନ୍ଧ୍ୟାରେ ଅଭୟାରଣ୍ୟରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ତେବେ ନିଆଁର କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ। ବାଲୁଖଣ୍ଡ ହରିଣମାନଙ୍କର ବାସସ୍ଥାନ ଭାବେ ପ୍ରସିଦ୍ଧ । ପ୍ରାୟ ୮୭ କିଲୋମିଟର ପରିବ୍ୟାପ୍ତ ହୋଇଛି ବାଲୁଖଣ୍ଡ ଅଭୟାରଣ୍ୟ ବଙ୍ଗୋପସାଗରକୁ ଲାଗି ରହିଛି । ୯୮୪ ମସିହାରେ ଏହି ଅଭୟାରଣ୍ୟର ପରିକଳ୍ପନା କରାଯାଇଥିଲା । ଇକୋଲଜିକାଲ ପର୍ଯ୍ୟଟନ ପାଇଁ ଏହି ଅଞ୍ଚଳ ବେଶ ଅନୁକୂଳ ବୋଲି କୁହାଯାଇଛି । ଏହା ଏକ ସଂରକ୍ଷିତ ଅଞ୍ଚଳ ହୋଇଥିବା ବେଳେ ସେଠାରେ କିପରି ନିଆଁ ଲାଗିଲା ତାହା ତଦନ୍ତ ସାପେକ୍ଷ।

Also Read  Dharmendra Pradhan supports Vigilance team in connection to raid at brother's gas agency at Handidhua in Talcher, Odisha