ମୁମ୍ବାଇ: ସୋସିଆଲ୍ ମିଡିଆରେ ବଲିଉଡ୍ ଷ୍ଟାର୍ ସାହିଦ କପୁର ଓ ତାଙ୍କ ପତ୍ନୀ ମୀରା ରାଜପୁତ ବେଶ୍ ସକ୍ରିୟ ରହିଥାନ୍ତି। ଅନେକ ସମୟରେ ସେ ଦୁହଁଙ୍କ ମଜାଦାର ପୋଷ୍ଟ୍ ବି ଚର୍ଚ୍ଚା ପାଲଟିଥାଏ। ସାହିଦ ନିକଟରେ ନିଜ ପତ୍ନୀଙ୍କ ନାମରେ ଏକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି ପତ୍ନୀ ମୀରା ବିବାହ ପରେ ବଦଳି ଯାଇଛନ୍ତି। ତାଙ୍କ ଟଙ୍କା ଖର୍ଚ୍ଚ କରିବା ଅଭ୍ୟାସରେ ବି କାଫି ପରିବର୍ତ୍ତନ ଆସିଛି। ସାହିଦ ନିକଟରେ ଏକ ସାକ୍ଷାତ୍କାରରେ କହିଛନ୍ତି କି ପରିବାର ବଢ଼ିବା ପରେ ମୀରା ଟଙ୍କା ଖର୍ଚ୍ଚ ଉପରେ ପୂରା ଲଗାମ ଲଗେଇ ଦେଇଛନ୍ତି। ସେ ଏକଥା ବି କହିଛନ୍ତି କି ଟଙ୍କା ଖର୍ଚ୍ଚ କରିବା ବେଳେ ତାଙ୍କୁ ପତ୍ନୀ ମୀରାଙ୍କ ଅନୁମତି ନେବାକୁ ପଡ଼େ।
କିଛିଦିନ ତଳେ ସାହିଦ ଓ ମୀରାଙ୍କର ଏକ ବେଡରୁମ୍ ଭିଡିଓ ଭାଇରାଲ୍ ହୋଇଥିଲା। ଯେଉଁ ଭିଡିଓରେ ମୀରା ଶୋଇପଡ଼ିବା ପରେ ସାହିଦ ଖୁସି ପ୍ରକଟ କରୁଥିବାର ଦେଖିବାକୁ ମିଳିଥିଲା। ମୀରାଙ୍କ ଶୋଇବାକୁ ସାହିଦ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓରେ ଦେଖିବାକୁ ମିଳିଥିଲା ଯେ ମୀରା ଖଟ ଉପରେ ବସି ବହି ପଢୁଛନ୍ତି। ସେହି ସମୟରେ ସାହିଦ ଧୀରେ ଧୀରେ ଏକ କପଡ଼ାକୁ ସଜାଡୁଥିବାର ଦୃଶ୍ୟମାନ ହୋଇଛି। ମୀରା ବହି ବନ୍ଦ କରି କଡ଼କୁ ଦେଖି ଶୋଇପଡୁଛନ୍ତି। ମିରାଙ୍କୁ ଶୋଉଥିବାର ଦେଖି ସାହିଦ ଖୁସି ହୋଇ ଯାଉଛନ୍ତି ଓ କହୁଛନ୍ତି ‘ଫାଇନାଲି ମୁଁ ଓ ମୋର ନୂଆ ଟିଭି’। ସାହିଦ କପୁର ଇନଷ୍ଟାଗ୍ରାମରେ ଭିଡିଓଟି ସେୟାର କରି ସେଥିରେ ନୂଆ ୱାନ୍ ପ୍ଲସ୍ ଚ୍ୟାନେଲ୍ ଦେଖିବାକୁ ନିଜର ଖୁସି ପ୍ରକାଶ କରିଥିବାର ଭିଡିଓରେ ଦୃଶ୍ୟମାନ ହୋଇଥିଲା।